ପୁଇଁତଳା ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ

ଗଞ୍ଜାମ: ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ସେଥିରେ ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବେ ଅଜୟ କୁମାର ବାରିକ, ଉପସଭାପତି ସସ୍ମିତା ମହାରଣା ଓ ସଭ୍ୟ ଭାବେ ଭଗବାନ ପ୍ରଧାନ, ଗଣେଶ ସାହୁ ମନୋନୀତ କରାଯାଇଥିଲା। ଏଥିରେ ସିଆରସିସି ମହେଶ ବେହେରା, ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ବେହେରା, ସହ ଶିକ୍ଷୟିତ୍ରୀ ଶୁଭଶ୍ରୀ ଦାସ, ସାଗରୀକା ଚଣ୍ଡ ଉପସ୍ଥିତ ଥିଲେ। ଏହି ଅବସରରେ ଉନ୍ନତି ପାଇଁ ଯଥା ସ୍କୁଲ ବାଉଣ୍ଡେରୀ, ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସ୍କୁଲ କିଭଳି ସୁପରିଚାଳିତ ହେବ ସେ ନେଇ ନୂତନ ପରିଚାଳନା କମିଟି ଦାୟିତ୍ୱ ଓ ପଦକ୍ଷେପ ନେବ ବୋଲି ମତ ପ୍ରକାଶ ପାଇଥିଲା।

Comments are closed.