ପୁଦିନା ପୁରି

ଆବଶ୍ୟକ ସାମଗ୍ରୀ
ପୁଦିନାପତ୍ର – ୧କପ
ଅଟା – ୧କପ
ମଇଦା – ୧କପ ରୁ କମ
ଅଦା – ଅଳ୍ପ
କଞ୍ଚା ଲଙ୍କା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଅଳ୍ପ
ଜୁଆଣି – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପୁଦିନା ପତ୍ରକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ପୁଦିନାପତ୍ର, ଲଙ୍କା, ଅଦା, ୧କପ ପାଣି ଦେଇ ଏହାକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ଅଟା, ମଇଦା, ଲୁଣ, ଲଙ୍କା ଗୁଣ୍ଡ, ଜୁଆଣି , ପେଷି ଥିବା ପୁଦିନା ପତ୍ର ଅବାଶ୍ୟକ ପରିମାଣରେ ପାଣି ଦେଇ ଏହାକୁ ଭଲଭାବେ ଚକଟି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ମଧ୍ୟରେ ଚକଟା ଅଟା ରୁ ପୁରି ବେଲି ଦିଅନ୍ତୁ। ଏହାକୁ ତେଲରେ ଭଲ ଭାବେ ଛାଣି ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପୁଦିନା ପୁରି।

Comments are closed.