ପୁଦିନା ଧନିଆ ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ୨୫୦ ଗ୍ରାମ
ଲଙ୍କା ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଗରମ ମସଲା – ୨ ଚାମଚ
ଆମଚୁର ପାଉଡ଼ର – ୧ ଚାମଚ
ଜିରା ଗୁଣ୍ଡ – ୧ ଚାମଚ
ଦହି – ୧କପ
ଲୁଣ – ଆବଶ୍ୟକ ପରିମାଣରେ
ଚଟଣି ପାଇଁ –
ଧନିଆ ପତ୍ର – ୧କପ
ପୁଦିନା ପତ୍ର – ୧କପ
କଞ୍ଚାଲଙ୍କା ୩ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନ ଖଣ୍ଡକୁ ଭଲ ଭାବେ ଧୋଇ ରଖନ୍ତୁ। ଏବେ ପୁଦିନାପତ୍ର, ଧନିଆପତ୍ର, କଞ୍ଚା ଲଙ୍କା ହାଲକା ଭାବେ ପେଷି ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଏହି ପେଷ୍ଟରେ ଦହି, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଆମଚୁର ଗୁଣ୍ଡ, ଜିରା ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରେ ଧୋଇ କରି ରଖିଥିବା ଚିକେନକୁ ଗୋଳାଇ ଏକ ଘଣ୍ଟା ପାଇଁ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ଏଥିରେ ରଖିଥିବା ଚିକେନକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପୁଦିନା ଧନିଆ ଚିକେନ । ଏହାକୁ କଟା ପିଆଜ ଓ ଲେମ୍ବୁ ଦେଇ ସଜାଇ ଦିଅନ୍ତୁ ଓ ଗରମାଗରମ ଖାଆନ୍ତୁ।

Comments are closed.