ବଜେଟ୍ ପ୍ରସ୍ତୁତି ପାଇଁ ଜନସାଧାରଣଙ୍କ ମତ ଲୋଡିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବଜେଟ୍ ପ୍ରସ୍ତୁତି ପୂର୍ବରୁ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି। ୨୦୧୮ରେ ୱେବ୍ ପୋର୍ଟାଲ୍, ଇମେଲ ଓ ଏସଏମଏସ୍ ମାଧ୍ୟମରେ ମତାମତ ସଂଗ୍ରହ କରାଯାଉଥିବା ବେଳେ ୨୦୧୯ରେ ଏଠି ପାଇଁ ହ୍ୱାଟସ୍ ଆପକୁ ସାମିଲ କରାଯାଇଛି। ଜୁନ୍ ୪ରୁ ୧୫ ମଧ୍ୟରେ ମତାମତ ସଂଗ୍ରହ ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ସଚିବାଳୟସ୍ଥିତ ପ୍ରକୋଷ୍ଠରେ ଅର୍ଥମନ୍ତ୍ରୀ ପୂଜାରୀ କହିଛନ୍ତି, ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ନେଇ ବଜେଟ୍ ପୂର୍ବପ୍ରସ୍ତୁତି କରିଆସୁଛି। ବିଗତ ବର୍ଷମାନଙ୍କ ଭଳି ୨୦୧୯-୨୦ ବଜେଟ୍ ପ୍ରସ୍ତୁତିକୁ ସହଭାଗିତା ଭିତିରେ କରିବା ପାଇଁ ଅର୍ଥ ବିଭାଗ ୱେବସାଇଟ www.budget.odisha.gov.in ଜରିଆରେ ମତାମତ ଗ୍ରହଣ କରାଯିବ।

ଇମେଲ୍ ଦ୍ୱାରା odisha.budget@gov.in ଠିକଣାରେ ମଧ୍ୟ ମତାମତ ପଠାଯାଇ ପାରିବ। ସେହିପରି ଜନସାଧାରଣ ବଜେଟ୍ ସମ୍ବନ୍ଧୀୟ ମତାମତ ହ୍ୱାଟସ୍ଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ମୋବାଇଲ୍ ନମ୍ବର (୯୧) ୯୪୩୮୧୬୧୧୧୧କୁ ମଧ୍ୟ ପଠାଇପାରିବେ।

Comments are closed.