ଭାରତରେ ପବ୍‌ଜି ବନ୍ଦ

ନୂଆଦିଲ୍ଲୀ: ଅକ୍ଟୋବର ୩୦ (ଶୁକ୍ରବାର) ଠାରୁ ଭାରତରେ ପବଜି ମୋବାଇଲ୍ ଏବଂ ପବଜି ମୋବାଇଲ୍ ଲାଇଟ୍ ଆପ୍ ଅଚଳ ହୋଇପଡିଛି। ଏହି ଆପ୍ ଡାଉନଲୋଡ ସତ୍ତ୍ବେ ଆଉ କେହି ଏହି ପବ୍‌ଜି ଖେଳ ଖେଳିପାରିବେ ନାହିଁ। ଗୁରୁବାର ଟେନସେଣ୍ଟ କମ୍ପାନି ଭାରତରେ ଏହାର ଆପ୍‌ର କାର୍ଯ୍ୟକାରିତାକୁ ବନ୍ଦ କରିଦେଇଛି। ଭାରତ ସରକାର ସେପ୍ଟେମ୍ବର ୨ରେ ୧୧୮ଟି ଆପ୍ ସହିତ ପବଜି ଖେଳ ଉପରେ ପ୍ରତିବନ୍ଧକ ଲଗାଇଥିଲା। ହେଲେ ପବଜି ନିଷେଧ ହେବା ପରେ ମଧ୍ୟ ଡାଉନଲୋଡ୍ କରିସାରିଥିବା ପିଲାମାନେ ଏହାକୁ ଖେଳିପାରୁଥିଲେ। ଶୁକ୍ରବାର ଠାରୁ ଏହା ଅଚଳ ହୋଇଯାଇଛି। ଆପ ଡାଉନଲୋଡ୍ କରି ରଖିଥିଲେ ମଧ୍ୟ ତାହା ଚାଲିବ ନାହିଁ। ଟେନସେଣ୍ଟ କମ୍ପାନି ଏହି ଖବରକୁ ଅତ୍ୟନ୍ତ ଦୁଃଖର ସହିତ ଘୋଷଣା କରିଛି। ଫେସବୁକ୍ ପୋଷ୍ଟରେ କମ୍ପାନି ଲେଖିଛି ଯେ, ଭାରତରେ ପବଜି ମୋବାଇଲ୍ ଏବଂ ପବଜି ମୋବାଇଲ୍ ଲାଇଟ୍ କୁ ସମର୍ଥନ କରିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ସେପ୍ଟେମ୍ବର ୨, ୨୦୨୦ରେ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ ପାଳନ କରିବାକୁ ଟେନସେଣ୍ଟ ଗେମ୍ସ ଅକ୍ଟୋବର ୩୦ରୁ ଭାରତରେ ଏହାର ସମସ୍ତ ସେବା ବନ୍ଦ କରୁଛି।

Comments are closed.