ଆଜି କଟକରେ ‘ଗୋପବନ୍ଧୁ ଜ୍ୟୋତି ଯାତ୍ରା’

0

କଟକ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରୁ ରାଜ୍ୟ ପରିକ୍ରମାରେ ବାହାରିଥିବା ‘ଗୋପବନ୍ଧୁ ଜ୍ୟୋତି’ ଗୁରୁବାର କଟକ ସହର ପରିକ୍ରମା କରିଛି। ସକାଳ ୮ଟାରେ ଓଏମପିଛକରେ ଜ୍ୟୋତିକୁ ସ୍ୱାଗତ କରାଯିବା ପରେ ତାହା ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଓଏମ୍ପି, କଟକ ରେଳଷ୍ଟେସନ, କଲେଜଛକ, ରାଣୀହାଟ, ମଙ୍ଗଳାବାଗ, ହାୱଡାମୋଟର, ମଣିସାହୁଛକ, ବକ୍ସିବଜାର, ମିଶନରୋଡ, ଚଣ୍ଡୀଛକ, କନିକାଛକ ଦେଇ ବିଜୁ ପଟ୍ଟନାୟକଛକସ୍ଥିତ ସାରଳା ଭବନରେ ପହଞ୍ଚିବ। ସାରଳା ଭବନରେ ଏକ ସଭା ଆୟୋଜିତ ହେବ। ଏହି ସଭାରେ କଟକ ଜିଲାସ୍ତରରେ ମନୋନୀତ ହୋଇଥିବା ଶିକ୍ଷକ ଏବଂ ଜିଲାସ୍ତରରେ ଆୟୋଜିତ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଜ୍ୟୋତିଯାତ୍ରା ସମୟରେ ବିଭିନ୍ନ ପୂଜା କମିଟି ସହିତ ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାର କାର୍ୟ୍ୟକ୍ରମ ରହିଛି। ଏହି ଜ୍ୟୋତିକୁ ସ୍ୱାଗତ କରିବା ପାଇଁ ସହରବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।

Leave A Reply