ପିଏସ୍‌ୟୁକୁ ବିକ୍ରି ପ୍ରସଙ୍ଗ : ସରକାରଙ୍କ ବିକ୍ରି ବ୍ୟବସ୍ଥାକୁ ସିଏଜିଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୬ା୯ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମକୁ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ତୀବ୍ର ସମା‌େ‌ଲାଚନା କରିଛନ୍ତି । ସରକାରଙ୍କ ଦ୍ବାରା ଦେଶର ଗୋଟିଏ ପିଏସ୍‌ୟୁକୁ ଆଉ ଏକ ପିଏସ୍‌ୟୁକୁ ବିକ୍ରି କରାଯାଉଛି । ଏହି ରଣନୀତିକ ବିକ୍ରି ବ୍ୟବସ୍ଥାକୁ ସିଏଜି ଆଜି ଭର୍ତ୍ସନା କରିଛନ୍ତି । ୨୦୧୮-୧୯ରେ ୪ ପିଏସ୍‌ୟୁର ବିକ୍ରି କ୍ଷେତ୍ରରେ ଏହିଭଳି ବ୍ୟବସ୍ଥା ଅନୁସରଣ କରାଯାଇଛି ।
୨୦୧୮-୧୯ରେ ରୁରାଲ ଇଲେକ୍‌ଟ୍ରିଫି‌େ‌କଶନ୍‌-କର୍ପୋରେଶନ୍‌ ପିଏଫସିକୁ, ଡ୍ରେଜିଂ କର୍ପୋରେଶନ୍‌ ‌େପ‌ାର୍ଟ ଟ୍ରଷ୍ଟକୁ, ନ୍ୟାସନାଲ ପ୍ରୋଜେକ୍ଟସ କନଷ୍ଟ୍ରକସନ୍‌ କମ୍ପାନୀକୁ ୱାପକସ୍‌ କର୍ପୋରେଶନ୍‌ ଏବଂ ଏଚ୍‌ଏସ୍‌ସିସି (ଇଣ୍ଡିଆ) ଏନ୍‌ବିସିସିକୁ ବିକ୍ରି କରାଯାଇଛି । ଏହି ପୁଞ୍ଜି ପ୍ରତ୍ୟାହାର କାରବାରରେ ର‌ାଷ୍ଟ୍ରାୟତ୍ତ ସଂସ୍ଥା ନିକଟ‌େ‌ର ରହିଥିବା ସମ୍ବଳକୁ ପୁନର୍ବାର ସରକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ଏହି ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମକୁ ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ୍‌) ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି । ଏଥିରେ ବିକ୍ରି କରାଯାଇଥିବା ପିଏସ୍‌ୟୁଗୁଡିକର ଅଂଶଧନରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ନ ଥିବା ସଂସଦରେ ଉପସ୍ଥାପନ କରାଯାଇଥିବା ସିଏଜିଙ୍କ ରିପେ‌ାର୍ଟରୁ ଏହା ଜଣାଯାଇଛି ।      

Comments are closed.