ମସଲା ଚିଙ୍ଗୁଡି ରସା

ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି – ୫୦୦ ଗ୍ରାମ
ତେଲ – ୬ ରୁ ୭ ଚାମଚ
ଅଦା, ରସୁଣ ବଟା
କଟା ପିଆଜ -୩ଟି
ଅଳ୍ପ – କାଜୁ ବଟା
ନଡ଼ିଆ ରସ
ଲୁଣ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଗରମ ମସଲା
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ସେଥିରେ ହଳଦୀ, ସାମାନ୍ୟ ଲୁଣ ଗୋଳାଇ ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଚିଙ୍ଗୁଡ଼ି ପକାଇ ଭଲ ଭାବେ ଭାଜନ୍ତୁ। ଭାଜି ହେବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏହା ପରେ ଆଉ କିଛି ତେଲ ପକାଇ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଅଦା, ରସୁଣ ବଟା , ହଳଦୀ, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା ପକାଇ ଏହାକୁ ଭଲ ଭାବେ କଷନ୍ତୁ। ଏହା କଷି ହେବା ପରେ ଏଥିରେ ଚିଙ୍ଗୁଡି ପକାଇ ଅଳ୍ପ କଷନ୍ତୁ। ଏବେ ଏଥିରେ କାଜୁ ବଟା ଓ ନଡ଼ିଆ ରସ, ଅଳ୍ପ ପାଣି ଦେଇ ଏହାକୁ ୫ ମିନିଟ ଫୁଟାନ୍ତୁ। ଏବେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ ଓ ଗରମାଗରମ ଖାଆନ୍ତୁ।

Comments are closed.