ସ୍ୱାଦିଷ୍ଟ ଚିଙ୍ଗୁଡ଼ି ପଲୋଉ

ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି ୭୫୦ ଗ୍ରାମ୍‌
ବାସୁମତୀ ଅରୁଆ ଚାଉଳ
ତେଲ ଆବଶ୍ୟକ ଅନୁଯାୟୀ
୪ଟା କଟାଯାଇଥିବା ପିଆଜ
ଅଦା ରସୁଣ ବଟା
ତେଜପତ୍ର, ହଳଦୀ , ଲଙ୍କା, ପୋଦିନା ପତ୍ର, ଧନିଆ ପତ୍ର ,ଜିରା ଗୁଣ୍ଡ
ଗୋଲାପ ଜଳ , କେଉଡ଼ା ଜଳ
ଗୁଆ ଘିଅ
ଗରମ ମସଲା
ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ବାସୁମତୀ ଅରୁଆ ଚାଉଳକୁ ୧୦ ମିନିଟ୍‌ ଆଗରୁ ବତୁରାଇ ଦିଅନ୍ତୁ । ତା’ପରେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣିକୁ ଫୁଟାନ୍ତୁ । ସେଥିରେ ଲୁଣ , ଗରମ ମସଲା ଓ ଭିଜା ହୋଇଥିବା ଚାଉଳକୁ ପକାନ୍ତୁ । ଚାଉଳକୁ କଞ୍ଚାଳିଆ ରଖି ଗାଳନ୍ତୁ । ତା’ପରେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ସେଥିରେ ଅଳ୍ପ ହଳଦୀ ଓ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ । ଗ୍ୟାସରେ କରେଇ ବସାଇ ତେଲ ଗରମ କରନ୍ତୁ । ସେଥିରେ ଚିଙ୍କଗୁଡ଼ିକୁ ଭାଜି କାଢ଼ି ଦିଅନ୍‌ୁ । ଏହା ପରେ କରେଇରେ ପୁଣି ତେଲ ପକାଇ ସେଥିରେ ତେଜପତ୍ର, କଟା ହୋଇଥିବା ପିଆଜ ଓ ଲୁଣ ପକାନ୍ତୁ । କରେଇରୁ କିଛି ଭଜା ଯାଇଥିବା ପିଆଜକୁ ଏକ ପାତ୍ରକୁ କାଢି ରଖନ୍ତୁ । ଏହା ଭାଜି ହୋଇଯିବା ପରେ ଏଥିରେ ବିଲାତି, ଲଙ୍କା ଅଦା ରସୁଣ ବଟା ପକାନ୍ତୁ ଓ କଷନ୍ତୁ । ଭଲ ଭାବେ କଷି ହୋଇଯିବା ପରେ ଏହାପରେ ଏଥିରେ ହଳଦୀ ,ଲଙ୍କା , ଜିରା ଗୁଣ୍ଡ, ପୋଦିନା ପତ୍ର, ଧନିଆ ପତ୍ର ପକାନ୍ତୁ । ଏହା ପରେ ଅଳ୍ପ ଗୋଲାପ ଜଳ ଓ କେଉଡ଼ା ଜଳ ପକାଇ ଏଥିରେ ଚିଙ୍ଗୁଡ଼ି ପକାନ୍ତୁ । ଅଳ୍ପ କଷି ହେବା ପରେ ଏଥିରେ ଗରମ ମସଲା , ଗୁଆ ଘିଅ ,ତେଜ ପତ୍ର ପକାନ୍ତୁ । ଏହାପରେ ସେଥିରେ ଭାତ ଓ ଚିଙ୍ଗୁଡ଼ି ପକାନ୍ତୁ । ଏପରି ସ୍ତର ସ୍ତର କରି ଥରେ ଭାତ, ଭଜା ପିଆଜ, ଚିଙ୍ଗୁଡ଼ି ପକାନ୍ତୁ । ଏହା ପରେ ଏହାକୁ କିଛି ସମୟ ଗ୍ୟାସରେ ବସାଇ ରଖନ୍ତୁ । ଢାଙ୍କୁଣି ଦେବା ଆଗରୁ କିଛି ଅଟା ବା ମଇଦାର ଏକ ଆସ୍ତରଣ କରି ଏହି ପାତ୍ର ଉପରେ ରଖି ଢାଙ୍କୁଣି ଦେଇ ଭାରି ଜିନିଷ ( ଯେପରି ତାୱା) ରଖନ୍ତୁ । କିଛି ସମୟ ରଖିବା ପରେ ଏହା ପ୍ରସ୍ତୁତ ହୋଇଯିବ ।
ଏବେ ଏକ ପାତ୍ରକୁୂ କାଢି ଏହାକୁ ଧନିଆ ପତ୍ର , ପୋଦିନା ପତ୍ର ,ଗୋଲ କରି କଟା ପିଆଜ ଦେଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚିଙ୍ଗୁଡ଼ି ପଲୋଉ ।

Comments are closed.