ଫ୍ରାନ୍ସରେ ହିସାଂ ରୂପ ନେଲା ପ୍ରଦର୍ଶନ, ୧୧୦ରୁ ଊର୍ଦ୍ଧ୍ବ ଆହତ

0

ପାରିସ୍‍ : ଫ୍ରାନ୍ସରେ ପେଟ୍ରୋଲିୟମ ଉତ୍ପାଦ ଉପରେ ଟିକସ୍‍ ହ୍ରାସ ଦାବିରେ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ଶନିବାର ହିଂସା ରୂପ ନେଇଛି। ପୁଲିସ୍‍ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷରେ ୧୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରବିବାର ଅପରାହ୍ଣ ୨ଟା ସୁଦ୍ଧା ୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଦେଶରେ ବିଗୁଡ଼ିଥିବା ପରିସ୍ଥିତିକୁ ଦେଖି ସରକାର ଖୁବଶୀଘ୍ର ଜରୁରୀ ପରିସ୍ଥିତି ଘୋଷଣା କରିବେ ବୋଲି ଆଶା କରାଯାଉଛି। ରବିବାର ଫ୍ରାନ୍ସ ସରକାରଙ୍କ ମୁଖପାତ୍ର ବେଂଜାମିନ ଗ୍ରେଭି ଏହି ସଂକେତ ଦେଇଛନ୍ତି। ସେ ପ୍ରଦର୍ଶନକାରୀଙ୍କୁ ଶାନ୍ତିପୂର୍ଣ୍ଣ ଉପାୟରେ ଏ ନେଇ ଆଲୋଚନା କରିବାକୁ ନିବେଦନ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଫ୍ରାନ୍ସରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଏବଂ ହାଇଡ୍ରୋକାର୍ବନ ଟିକସ୍‍ ବୃଦ୍ଧି ବିରୋଧରେ ନଭେମ୍ବର ୧୭ରୁ ବହୁ ସଂଖ୍ୟାରେ ଲୋକ ସଡ଼କକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଫ୍ରାନ୍ସ ଗୃହ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ଏହି ପ୍ରଦର୍ଶନ ତୃତୀୟ ସପ୍ତାହରେ ପହଞ୍ଚିଛି। ଗତ ଏକ ସପ୍ତାହ ମଧ୍ୟରେ ଏହି ପ୍ରଦର୍ଶନରେ ୧ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଛନ୍ତି। ଶନିବାର ଏକତ୍ରିତ ଭିଡ଼କୁ ହଟାଇବା ପାଇଁ ପୁଲିସ୍‍ ପକ୍ଷରୁ ଲୁହ ବୁହା ଗ୍ୟାସ ଓ ଧୂଅାଁ ମାଡ଼ କରାଯାଇଥିଲା। ଏଥିରେ ଉତ୍‍କ୍ଷିପ୍ତ ହୋଇ ‘ୟଲୋ ଜ୍ୟାକେଟ’ ନାମକ ଏକ ସଂଗଠନର ସଦସ୍ୟମାନେ ହିଂସା ଭିଆଇଥିଲେ। ସରକାର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି।

Leave A Reply