ଇରାନର ମିଛକୁ ଇରାନବାସୀଙ୍କ ବିରୋଧ

ଡେସ୍କ: ୟୁକ୍ରେନର ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରିବା ଏବଂ ତାହା ସ୍ୱୀକାର ନ କରିବାକୁ ବିରୋଧ କରି ଆଜି ଇରାନର ଶତାଧିକ ପ୍ରଦର୍ଶନକାରୀ ତେହେରାନର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ ଦୁଇଟି ବିଶ୍ୱବିଦ୍ୟାଳୟ ବାହାରେ ଏହି ପ୍ରଦର୍ଶନ ଜାରି ରଖିଥିବା ବେଳେ ପୋଲିସ୍‍ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍‍ ପ୍ରୟୋଗ କରିଛି। ଆମେରିକା ରାଷ୍ଟ୍ର ତି ଡୋନାଲ୍‍ଡ ଟ୍ରମ୍ପ ଏକ ଟ୍ୱିଟ୍‍ କରି ଏହି ପ୍ରଦର୍ଶନକୁ ସମର୍ଥନ ଜଣାଇଛନ୍ତି। ଗତକାଲି ଇରାନ ସେହି ଯାତ୍ରୀବାହୀ ବିମାନକୁ ଅନିଚ୍ଛାକୃତ ଭାବେ କ୍ଷେପଣାସ୍ତ୍ର ମାଡ଼ କରିଥିବା ସ୍ୱୀକାର କରିଥିଲା। ତେବେ ତିନିଦିନ ପରେ ଏହା ସ୍ୱୀକାର କରିଥିବାରୁ ପ୍ରଦର୍ଶନକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତ ବୁଧବାର ୧୭୬ ଜଣ ଯାତ୍ରୀଙ୍କୁ ନେଇ ୟୁକ୍ରେନ୍‍ର ବିମାନ ଉପରକୁ ଉଠିବାମାତ୍ରେ ଇରାନର ଏକ ସ୍ୱୟଂଚାଳିତ କ୍ଷେପଣାସ୍ତ୍ର ବ୍ୟବସ୍ଥା ଏହାକୁ କ୍ଷେପଣାସ୍ତ୍ର ମାଡ଼ କରିଥିଲା, ଯେଉଁଥିରେ ସମସ୍ତ ଯାତ୍ରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା।

Comments are closed.