ବିଭିନ୍ନ ଦାବି ନେଇ ୩ଟି ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0

ବ୍ରହ୍ମପୁର: ଓଡ଼ିଶା କୃଷକ ସଭା, ଓଡ଼ିଶା କ୍ଷେତ ମଜଦୁର ୟୁନିଅନ୍ ଓଡ଼ିଶା ଆଦିବାସୀ ମଂଚ, ଓଡ଼ିଶା ଦଳିତ ଶୋଷଣ ମୁକ୍ତ ମଂଚ ପକ୍ଷରୁ କୁକୁଡ଼ାଖଣ୍ଡି ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ (ଏନ୍ଆଇଜିଏସ୍) ଲାଞ୍ଜିଆ ପଂଚାୟତ କୁମ୍ଭଝରି ଯାମଚୁଆଁ ଘାଇରୁ କେନାଲ ଖୋଳି ବରଘାଇରେ ପକାଯାଉ, ବନ୍ଥପଲ୍ଲୀ ପଚାଂୟତର ବେଲପଡ଼ା, ଲୋଚାପଡ଼ା, କ୍ରାନ୍ତିଗଡ଼ ଗ୍ରାମରେ ଆର୍ ଡ଼ି. ବିଭାଗ ଦ୍ୱାରା ରାସ୍ତା ନିର୍ମାଣ କରିବା, ୨୦୦୬ ରେ ହୋଇଥିବା ଆଇନ ବଳରେ ଆଦିବାସୀଙ୍କ ଦଖଲରେ ଥିବା ଜମିକୁ ପଟା ପ୍ରଦାନ, ସରକାରୀ ଜମିରେ ବାସ କରୁଥିବା ପରିବାରଙ୍କୁ ଜମିପଟା ପ୍ରଦାନ ସହ ପ୍ରଧାନମନ୍ତ୍ରୀ ଆବାସ ଘର ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ ଆବାସ, ବିଜୁପକ୍କାଘରରେ ଚାଲିଥିବା ଦୁର୍ନୀତି ବନ୍ଦ କରିବା, ପ୍ରସ୍ତାବିତ ଆଙ୍କୁଶପୁର ଶିଶୁ ପ୍ରକଳ୍ପକୁ ଅତିଶୀଘ୍ର କାର୍ୟ୍ୟ କରିବା ଆଦି ଦାବି ନେଇ ବିକ୍ଷୋଭ କରିଥିଲେ । ଏଥିରେ ବିଦ୍ୟାଧର ଜେନା, ଉର୍ମିଳା ଜେନା, ନିରଞ୍ଜନ ଗୌଡ଼, ବିଷ୍ଣୁପ୍ରିୟା ସାହୁ, ବିଜୟ ଦାସ, ଯୁଧିଷ୍ଠିର ବେହେରା, ବାପିନି ନାୟକ, ସୁଧାଂଶୁ ମଲିକ, ଦଣ୍ଡପାଣି ମଲିକ, ଅଜିତ  ପାଣିଗ୍ରାହୀ, ପ୍ରଶାନ୍ତ ବିଷୋୟୀଙ୍କ ସହ ଶତାଧିକ କୃଷକ ଉପସ୍ଥିତ ଥିଲେ

Leave A Reply