ବିଭିନ୍ନ ସମସ୍ୟା ନେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା

ଯାଜପୁର: ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଯାଜପୁର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା, ପେନସନ ବିଭାଗର ପୁନଃସ୍ଥାପନ, ନୂତନ ପେନସନ ନିର୍ଦ୍ଧାରଣ ଆଦି ଦାବିରେ ଅବସରପ୍ରାପ୍ତ କର୍ମଚାରୀମାନେ ଧାରଣା ବସିଛନ୍ତି। କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ଶନିବାର ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେଇଛନ୍ତି। ପୂର୍ବରୁ ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏହାର ପ୍ରତିବାଦରେ ରାଜ୍ୟ ସଂଘର ନିଷ୍ପତି କ୍ରମେ ୮୧ଟି ଶାଖାରେ ଧାରଣା ଦିଆଯାଇଛି। ସମସ୍ୟାର ସମାଧାନ ପାଇଁ ଯାଜପୁର ଶାଖା ପକ୍ଷରୁ ୪ ଦଫା ଦାବି ବିଶିଷ୍ଟ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ତିବ୍ରତର କରାଯିବାକୁ ଚେତାବନୀ ଦିଆଯାଇଛି ।

Comments are closed.