ଅନ୍‌ଲାଇନ୍‌ ପରୀକ୍ଷା ଦାବି; ବିଭିନ୍ନ ସ୍ଥାନରେ ଧାରଣାରତ ଛାତ୍ରଛାତ୍ରୀ

ଭୁବନେଶ୍ବର: ଅନ୍‌ଲାଇନ୍‌ ପରୀକ୍ଷା ଦାବିରେ ଗୁରୁବାର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ଭୁବନେଶ୍ବର ସ୍ଥିତ ବିଜେବି କଲେଜ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିବା ବେଳେ ଭୁବନେଶ୍ବରର ଓୟୁଏଟି ଛାତ୍ରଛାତ୍ରୀ ମଧ୍ୟ ଆନ୍ଦୋଳନ କରିଛନ୍ତି। ଅପରପକ୍ଷରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଉରକେଲା ଓ ଖଲ୍ଲିକୋଟ ସମେତ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ଦାବିରେ ଧାରଣାରେ ବସିଛନ୍ତି। କରୋନା ସଂକ୍ରମଣରେ ଅହେତୁକ ବୃଦ୍ଧି ଦୃଷ୍ଟିରୁ ଛାତ୍ରୀଛାତ୍ରୀମାନେ ଅଫଲାଇନ ପରୀକ୍ଷାକୁ ବିରୋଧ କରି ଅନ୍‌ଲାଇନ୍‌ ପରୀକ୍ଷା ଦାବି କରିଛନ୍ତି।

Comments are closed.