ଶ୍ମଶାନ ଜମିରେ ପାର୍କ ନିର୍ମାଣକୁ ସାଧାରଣରେ ବିରୋଧ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର ଗ୍ରାମପଞ୍ଚାୟତର ଗଂପୁର ମୌଜାରେ ଥିବା ଗୋଚର ଜମିରେ ସରକାରୀ ଅର୍ଥ ବିନିଯୋଗ କରାଯାଇ ନିର୍ମାଣ କରାଯାଉଥିବା ପାର୍କକୁ ବିରୋଧ କରାଯାଇ ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଛି। ସିମୋର ପଂଚାୟତର ଗଂପୁରଠାରେ ଥିବା ଶ୍ମଶାନ ଜମିରେ ବ୍ଲକ ତରଫରୁ ବିଭିନ୍ନ ଯୋଜନାରୁ ୩୫ ଲକ୍ଷ ଟଙ୍କା ବିନିମୟରେ ଏକ ପାର୍କ ନିର୍ମାଣ କରାଯାଉଛି । ଏଥିପାଇଁ ଗାନ୍ଧୀ ପାର୍କ ଓ ବକ୍ଷପୁଜୀ ପାର୍କ ନାମରେ ପୃଥକ ଭାବେ ଅର୍ଥ ମଞ୍ଜୁର କରିବା ପଛରେ କଣ ଉଦେଶ୍ୟ ରହିଛି ତାହା ସାଧାରଣରେ ଆଲୋଚନା ହେଉଛି। ଏତଦ୍ ବ୍ୟତିତ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଧ୍ୟ ଲକ୍ଷାଧିକ ଟଙ୍କା ମଞ୍ଜୁର କରାଯାଇଛି । ଗୋଚର ଜମିରେ ଏହି ପଂଚାୟତର ବହୁ ପ୍ରକଳ୍ପ ନିର୍ମାଣ କରାଯାଉଥିବାରୁ ଗ୍ରାମବାସୀଙ୍କ ତରଫରୁ ବିଜେପିର ବରିଷ୍ଠ ନେତା ତଥା ସମାଜସେବୀ ଗୌରମୋହନ ପ୍ରହରାଜ ଏହାର ବିରୋଧ କରି ବେଗୁନିଆ ବିଡିଓ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଏବଂ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

ଏଥିପାଇଁ ଉଚ୍ଚ ନ୍ୟାୟାଳୟରେ ଏକାଧିକ ରିଟ ପିଟିସନ ଦାୟର କରାଯାଇଛି । କିନ୍ତୁ ଉଚ୍ଚ ନ୍ୟାୟାଳୟର ନିର୍ଦେଶକୁ ବେଖାତିର କରି ବ୍ଲକ କତ୍ତୃପକ୍ଷ ନିର୍ମାଣ କାର୍ୟ୍ୟ ଜାରି ରଖିଛନ୍ତି । ଏପରିକି ଗୋଚର ଜମିରେ ଥିବା ଯାତ୍ରା ପଡ଼ିଆରେ ୩୫ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେଉଥିବା କଲ୍ୟାଣମଣ୍ଡପ ନିର୍ମାଣକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟରେ ଦୁଇଟି କେଶ ହୋଇଥିବାବେଳେ ବ୍ଲକ କର୍ତୃପକ୍ଷ ରିଟ ପିଟିସନକୁ ଅବମାନନା କରି ନିର୍ମାଣ କାର୍ୟ୍ୟ ଜାରି ରଖିଥିବାବେଳେ ବିଲ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଲେଖ୍ୟଯୋଗ୍ୟ ଯେ, କାର୍ୟ୍ୟ ଗୁଡିକ ବିଭାଗୀୟ ଅଧିକାରୀଙ୍କ ନାମରେ ଥିବାବେଳେ ଦଳୀୟ କର୍ମୀମାନେ କାର୍ୟ୍ୟ ସମ୍ପାଦନ କରୁଛନ୍ତି। ସେହିପରି ଉକ୍ତ ପଂଚାୟତର ଗୋଚର ଜମିରେ ଖେଳ ପଡିଆ ନିର୍ମାଣ କରି ବିଡିଓ, ସରପଞ୍ଚ ଏବଂ ଯନ୍ତ୍ରୀ ସାଧାରଣରେ ଚର୍ଚ୍ଚାରେ ରହିଛନ୍ତି।

Comments are closed.