ସନୀ ଲିଓନୀଙ୍କ ‘ବୀରମାଦେବୀ’କୁ ବିରୋଧ

0

ମୁମ୍ବଇ : ଖୁବ୍‍ଶୀଘ୍ର ସନୀ ଲିଓନୀ ଏକାଧିକ ଭାଷାରେ ରିଲିଜ୍‍ ହେବାକୁ ଥିବା ‘ବୀରମାଦେବୀ’ ଚଳଚ୍ଚିତ୍ରରେ ନଜର ଆସିବେ। ହେଲେ ଏବେଠାରୁ ଏହି ଚଳଚ୍ଚିତ୍ରକୁ ନେଇ ବିରୋଧର ସ୍ୱର ଉଠିବା ଆରମ୍ଭ ହୋଇଗଲାଣି। ସୂଚନା ଅନୁସାରେ, କର୍ଣ୍ଣାଟକର କିଛି ସଙ୍ଗଠନ ଏହି ଚଳଚ୍ଚିତ୍ରରେ ସନୀ ଲିଓନୀଙ୍କ ମୁଖ୍ୟ ଭୂମିକାକୁ ନେଇ ବିରୋଧ କରିଛନ୍ତି।

କନ୍ନଡ଼ ରକ୍ଷନା ବେଦିକେ ଯୁବା ସେନାର କହିବା ଅନୁସାରେ, ବୀରମାଦେବୀ ଜଣେ ବୀର ଯୋଦ୍ଧା ଥିଲେ। ହିନ୍ଦୁଙ୍କ ହୀତ ପାଇଁ ବହୁ ସଂଘର୍ଷ କରିବା ସହ କର୍ଣ୍ଣାଟକରେ ସେ ବହୁ ମନ୍ଦିର ମଧ୍ୟ ପ୍ରତିଷ୍ଠା କରିଥିଲେ। ତେଣୁ ତାଙ୍କ ଉପରେ ଆଧାରିତ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସନୀ ରହିବା ଦ୍ୱାରା ଏହି ଐତିହାସିକ ଚରିତ୍ରର ଅପମାନ ହେଉଛି। ଏହି ଚଳଚ୍ଚିତ୍ରକୁ ଯଦି ବନ୍ଦ କରାନଯାଏ ତେବେ ‘ପଦ୍ମାବତ୍‍’ ଭଳି ଏହାକୁ ବିରୋଧ କରାଯିବ ବୋଲି ଏହି ସଙ୍ଗଠନ ଧମକ ଦେଇଛି। କିଛି ଯୁବକ ଏହାକୁ ବିରୋଧ କରି ବ୍ଲେଡ଼୍‍ରେ ହାତ କାଟିଥିବା ମଧ୍ୟ ଜଣାପଡ଼ିଛି।

ତେବେ ‘ପଦ୍ମାବତ୍‍’ ରିଲିଜ୍‍ ହେବା ପୂର୍ବରୁ ମଧ୍ୟ ବିରୋଧର ସ୍ୱର ଉଠିଥିଲା। ଏହା ଭାବନାକୁ ଆଘାତ କରୁଥିବା କୁହାଯାଇଥିଲା। ପରେ ନାମ ପରିବର୍ତ୍ତନ କରି ଏହି ଚଳଚ୍ଚିତ୍ରକୁ ରିଲିଜ୍‍ କରାଯାଇଥିଲା।

Leave A Reply