କୃଷି ବିଲ୍‌କୁ ବିରୋଧ; ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା

ପାଟଣା/ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ କୃଷି କ୍ଷେତ୍ର ସଂକ୍ରାନ୍ତ ବିଧେୟକ ସଂସଦରେ ଗୃହୀତ ହେବା ପ୍ରତିବାଦରେ ଭାରତୀୟ କିଶାନ ୟୁନିୟନ (ବିକେୟୁ), ଅଲଇଣ୍ଡିଆ କୃଷକ ସଂଗଠନ (ଏଆଇଏଫୟୁ), ଅଖିଳ ଭାରତ କିଶାନ ସଂଘର୍ଷ ସମନ୍ବୟ କମିଟି (ଏଆଇକେଏସସିସି) ଓ ଅଲ୍‌ ଇଣ୍ଡିଆ କିଶାନ ମହାସଙ୍ଘ (ଏଆଇକେଏମ), ଓଡ଼ିଶାର ନବନିର୍ମାଣ କୃଷକ ସଂଗଠନ ସମେତ ଦେଶବ୍ୟାପୀ ୨୪ଟି କୃଷକ ସଂଗଠନ ଓ ୧୮ଟି ରାଜନୈତିକ ଦଳ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାର ପ୍ରଭାବ ମଧ୍ୟ ଓଡ଼ିଶାରେ ପଡ଼ିଛି। ତେବେ ଏହି ବନ୍ଦକୁ ସମର୍ଥନ କରି ରାଜଧାନୀ ଭୁବନେଶ୍ବରରେ ଅଖିଳ ଭାରତ କୃଷକ ସଭା ( AIKS) ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ନିକଟରେ କୃଷକ ସଂଗଠନ ପକ୍ଷରୁ ରାଜରାସ୍ତାକୁ ଅବରୋଧ କରି କୃଷି ବିଲର ପ୍ରତିବାଦ କରିଛନ୍ତି। ଏହି ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ରାଉତ , କେନ୍ଦୁଝର ଜିଲ୍ଲା ସହ ସଂଯୋଜକ ଖଗେଶ୍ୱର ମହାନ୍ତ , ପାଟଣା ବ୍ଲକ ସଂଯୋଜକ ରାଜ ବହ୍ଲବ ମିଶ୍ର ପ୍ରମୁଖ ଏହି ବନ୍ଦର ନେତୃତ୍ୱ ନେଇଥିଲେ। 

ଏହି ବନ୍ଦ ଡାକରାକୁ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି, କେରଳର ଶାସକ ବାମପନ୍ଥୀ ଦଳ, ତେଲେଙ୍ଗାନାର ଟିଆରଏସ, ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି, ପଞ୍ଜାବର କଂଗ୍ରେସ ଭଳି ଦେଶର ୧୮ଟି ରାଜନୈତିକ ଦଳ ଏହାକୁ ସମର୍ଥନ କରୁଛନ୍ତି।

Comments are closed.