ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଶାନ୍ତିପୂର୍ଣ୍ଣ ବିକ୍ଷୋଭ

0

ପାରାଦ୍ବୀପ: ପାରାଦ୍ବୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ଶୋଭାଯାତ୍ରା ପ୍ରଦର୍ଶନ କରାଯାଇଛି। ବିଭିନ୍ନ ଦାବି ନେଇ ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଆଇ.ଓ.ସି.ଏଲ କାର୍ୟ୍ୟାଳୟକୁ ଯାଇଛନ୍ତି। ଶତାଧିକ କର୍ମଚାରୀ କଳା ବ୍ୟାଜ ପରିଧାନ କରି ଶୋଭାଯାତ୍ରା କରିଛନ୍ତି। ଏହି ବିକ୍ଷୋଭ ଅକ୍ଟୋବର ୨୨ ତାରିଖ ପର୍ୟ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି।
ଦରମା ବୃଦ୍ଧି ନେଇ ଚୁକ୍ତିନାମା ଦସ୍ତଖତ କରିବା, ମାସକୁ ମାସ ନିୟମିତ ଦରମା ପ୍ରଦାନ କରିବା, ଗେଟପାସ ପ୍ରଦାନ ନ କରି ଶ୍ରମିକମାନଙ୍କୁ ଅଯଥା ହଇରାଣ ନ କରିବା, ପୁରୁଣା ଶ୍ରମିକଙ୍କୁ ଚାକିରୀରୁ ବାହାର ନ କରିବା, ଠିକାଦାର ଓ ଆଇ.ଓ.ସି.ଏଲ ଅଫିସରଙ୍କ ଦାଦାଗିରି ବନ୍ଦ କରିବା ଇତ୍ୟାଦି ଦାବି​‌ରେ ଆନ୍ଦୋଳନ ହୋଇଛି।

Leave A Reply