ଆସନ୍ନ ମରୁଡିର ପ୍ରତିକାର ଏବଂ ଦରବୃଦ୍ଧି ବିରୁଦ୍ଧରେ ସିପିଆଇର ବିକ୍ଷୋଭ

ଗଞ୍ଜାମ: ଆସନ୍ନ ମରୁଡିର ପ୍ରତିକାର ଏବଂ ଦରବୃଦ୍ଧି ବିରୁଦ୍ଧରେ ସିପିଆଇ(ଏମ) ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ୧୭ ଦଫା ସମ୍ବଳିତ ଏକ ଦାବୀ ପତ୍ର ଏବିଡିଓ଼ଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଥମେ ଦଳୀୟ କର୍ମୀ ଓ଼ ନେତାମାନେ ଏକ ଶୋଭାଯାତ୍ରାରେ ତ୍ରିବେଣୀ ମଠ ଛକଠାରୁ ବାହାରି ବଡ଼ ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଦଳଆଞ୍ଚଳିକ କମିଟି ସମ୍ପାଦକ ତଥା ସରପଞ୍ଚ ଦିଲ୍ଲୀପ ଛୋଟରାୟଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା । ଏହି ସଭାରେ ଜିଲ୍ଲା ସମ୍ପାଦକ କୈଳାଶ ଷଡ଼ଙ୍ଗୀ, ରାଜ୍ୟ କମିଟି ସଭ୍ୟ ରାମ ଚଦ୍ର ନାୟକ, ପଦ୍ମ ଚରଣ ପ୍ରଧାନ, ଦଣ୍ଡ ପାଣି ମହାପାତ୍ର, ଖଲି ସ୍ୱାଇଁ, କୃଷ୍ଣ ଚନ୍ଦ୍ର ସାହୁ, ରାମ ଚନ୍ଦ୍ର ଗୌଡ଼ ସମେତ ତ୍ରିଲୋଚନ ପ୍ରଧାନ, ସତୀଶ ସ୍ୱାଇଁ, ସୁଜିତ ବେହେରା ସହିତ ଶତାଧିକ କର୍ମୀ ସାମିଲ ହୋଇଥିଲେ। ଦଳୀୟ ନେତାମାନେ କେନ୍ଦ୍ର ଓ଼ ରାଜ୍ୟ ସରକାରଙ୍କ ଜନ ମାରଣା ନୀତିକୁ ସମାଲୋଚନା କରିଥିଲେ।

Comments are closed.