ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କଳା ସଂସ୍କୃତି ସଂଘ

0

ଅନୁଗୁଳ: ଅନୁଗୁଳ ଜିଲାପାଳଙ୍କ କାର୍ୟ୍ୟାଳୟ ଆଗରେ କଳା ସଂସ୍କୃତି ସଂଘ ବିକ୍ଷୋଭ କରିଛନ୍ତି। ୩୨ ଦଫା ଦାବି ନେଇ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି । ପାଲଲହଡା ଓ କଣିହାଁ ବ୍ଲକ କଳା ସଂସ୍କୃତି ସଂଘର ବିଭିନ୍ନ ଦାବିକୁ ନେଇ ଜିଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ସୋମବାର ସକାଳ ୧୧ ଘଟିକାରେ ଅନୁଗୁଳ ଷ୍ଟାଡିୟମ ଠାରୁ ଦୁଇ ବ୍ଲକର ସମସ୍ତ କଳା, ସଂସ୍କୃତି ପ୍ରେମୀ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଆରମ୍ଭ କରି ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଜିଲାରେ ଜିଲା ସଂସ୍କୃତି ଅଧିକାରୀ ନିଯୁକ୍ତି କରିବା, କଳାକାର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କଲେ କ୍ଷତିପୁରଣ ପ୍ରଦାନ, ବାଦ୍ୟଯନ୍ତ୍ର ଓ ପୋଷାକ ପାଇଁ ଅର୍ଥ ଦେବା, କଳାକାରଙ୍କୁ ସଚେତନତା କାର୍ୟ୍ୟକ୍ରମରେ ସାମିଲ କରାଯାଇ ତାଙ୍କୁ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ ଆଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଳା ସଂସ୍କୃତି ସଂଘର ବିଭିନ୍ନ ଦାବିକୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ କଳାକାର ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply