ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ବ୍ଲକ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ସମୟରେ ଖଞ୍ଜଣି ବଜାଇ ଅଭିନବ ପ୍ରତିବାଦ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଂଗ୍ରେସ ପକ୍ଷରୁ ଆଜି ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନକ୍ରମେ ପେଟ୍ରୋଲ, ଡିଜେଲ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ପାଟଣା ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାଥୀ ଇଂ ବିନୋଦ ବିହାରୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ଲକ କଂଗ୍ରେସ ସଭାପତି ଶତୃଘ୍ନ ସିଂହ, ବରିଷ୍ଠ କଂଗ୍ରେସ ନେତା ଇଂ ବିଦ୍ୟାଧର ଦାଶ , ଲକ୍ଷ୍ମଣ ଦାଶ , ବସନ୍ତ ମିଶ୍ର, ମିଲି ପଟ୍ଟନାୟକ, କୌଳାସ ଚନ୍ଦ୍ର ବାରିକ, ସୁବଳ ସାହୁ , ମାନସ କୁମାର ନାଏକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ଶାନ୍ତିପୂର୍ଣ ଭାବେ କରୋନା କଟକଣା ମାନି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ କଂଗ୍ରେସ ଦଳର ଦୁଇ ଜଣ ସମର୍ଥକ ଏଠାରେ କେନ୍ଦ୍ର ଓ ରାଜ୍ୟର ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟିକସ ପ୍ରତିବାଦରେ ଖଞ୍ଜଣି ବଜାଇ ଅଭିନବ ପ୍ରତିବାଦ କରିଛନ୍ତି ।

Comments are closed.