ଦର ଦାମ ବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ

ବେଗୁନିଆ : ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ସହିତ ତେଲ, ଲୁଣ ଏବଂ ପନିପରିବାର ଅହେତୁକ ଭାବେ ମୂଲ୍ୟ ବୃଦ୍ଧି ଘଟିଛି । ଏହାର ପ୍ରତିବାଦରେ ପିଚୁକୁଳି ଆରଆଇ ଅଫିସଠାରେ ଭାରତୀୟ କମ୍ମ୍ୟୁନିଷ୍ଟ ପାର୍ଟି ତରଫରୁ ସାନପଦର ଶାଖା ସମ୍ପାଦକ ଧନେଶ୍ୱର ମାର୍ଥ।, ପିଚୁକୁଳି ଶାଖା ସମ୍ପାଦକ ବସନ୍ତକୁମାର ସେଠୀଙ୍କ ନେତୃତ୍ୱରେ ବିକ୍ଷୋଭ କରାଯାଇ ଆରଆଇଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନ୍ତି, ଅଜୟ ମଙ୍ଗରାଜ, ଶ୍ରୀନିବାସ ମାନସିଂହ, କୃପାସିନ୍ଧୁ ସ୍ୱାଇଁ ଏବଂ କେଳୁ ଦେହୁରୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Comments are closed.