ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବୌଦ୍ଧ : କରୋନା ମହାମାରୀ ସମୟରେ ରାଜ୍ୟର ଅନେକ ଜିଲାରେ ରାତ୍ରି କର୍ଫ୍ୟୁ ଲଗାଯାଇଥିବାବେଳେ ସାରା ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରାଜ୍ୟରେ ବାରମ୍ବାର ବିଦ୍ୟୁତ ଦରବୃଦ୍ଧି ସାଧାରଣଲୋକଙ୍କ ପାଇଁ ବେଡି ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି। କରୋନା ଯୋଗୁଁ ଲୋକମାନେ ବିନା କାରଣରେ ବାହାରେ ନ ବୁଲିବାକୁ ରାଜ୍ୟ ସରକାର ପରାମର୍ଶ ଦେଉଥିବାବେଳେ ଅପରପକ୍ଷରେ ବିଦ୍ୟୁତ ଦର ବୃଦ୍ଧି କରି ରାଜ୍ୟର ସାଧାରଣଲୋକଙ୍କୁ ଶୋଷଣ କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ଏହି ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ରାଜ୍ୟପ୍ୟାପୀ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିବାବେଳେ ବୌଦ୍ଧଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲା ସଦରମହାକୁମାସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଦିଆଯାଇଛି।

ଦୀର୍ଘ ୪ ଘଣ୍ଟା ଧରି ଅନୁଷ୍ଠିତ ଏହି ବିକ୍ଷୋଭ ଓ ଧାରଣାରେ ଜିଲାର ଅନେକ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ ବିଦ୍ୟୁତ ଦର ପ୍ରତ୍ୟାହାର କରିବାକୁ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ଜିଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଏହି ବିକ୍ଷୋଭ ସମାବେଶରେ ବରିଷ୍ଠ କଂଗ୍ରେସ ନେତା ନାରାୟଣ ପ୍ରସାଦ ପରିଜା, ସୁଧୀର କୁମାର କର୍ଣ୍ଣ, ସୁଧୀର ମହାକୁଡ, ପ୍ରଶାନ୍ତ କୁମାର ସାହୁ, ପଙ୍କଜ କୁମାର କର୍ଣ୍ଣ, ସମରେନ୍ଦ୍ର ମହାକୁଡ, ବେଣୁଧର ମେହେର, ବୁଦ୍ଧଦେବ ପ୍ରଧାନ, ରାଏ ସଂଜିବ କୁମାର ଦେଓ, କବିତା ମହାକୁଡ, ପ୍ରଦିପ କୁମାର ଦାସ, ଅର୍ଜୁନ ମହାନନ୍ଦିଆ, ପୋଲସ୍ତି ପ୍ରଧାନ, ପ୍ରଦ୍ୟୁମ୍ନ ଧଳ, ରୋହିତ ବେହେରା, ପ୍ରତାପ ପଣ୍ଡା, ଗଣ୍ଡାଧର ବିଶି, ଝରିଆ ନାୟକ, ଗଣେଶ ଅଗ୍ରୱାଲା, ଉମାକାନ୍ତ ନାୟକ, ବୁଲୁ ସାହୁ, ଅବନୀ ପ୍ରଧାନ, ଶିବ ବେହେରା, ଉମେଶ ନାଏକ, ସାରଙ୍ଗଧର ଭୋଇ, ଦିଲ୍ଲିପ ସାହୁ, ଅରୁଣ ସାହୁ, ଶ୍ରୀନିବାସ ଶତପଥୀ ଓ ସମରେଶ ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ଛାମୁଆଁ ନେତାମାନେ ସାମିଲ ହୋଇଥିଲେ।

Comments are closed.