ପାନୀୟ ଜଳ ଯୋଗାଣ ଦାବୀରେ ଗ୍ରାମବାସୀଙ୍କ ବିକ୍ଷୋଭ

ବୌଦ୍ଧ : ବୌଦ୍ଧ ଜିଲାରେ ପାନୀୟଜଳ ଯୋଗଣ ସବୁ ଗ୍ରାମରେ ପହଞ୍ଚି ନଥିବାବେଳେ ଯେଉଁ କିଛି ଗ୍ରାମକୁ ଜଳଯୋଗାଣ ହୋଇଛି , ତାହା ପୁଣି ଅଧପନ୍ତରିଆ ହୋଇ ପଡିଥିବା ଦେଖିବାକୁ ମିଳିଛି। ଯାହା ବୌଦ୍ଧ ଜିଲା ବାମଣ୍ଡା ପଞ୍ଚାୟତର ନାଏକପଡା ଗ୍ରାମରେ ଆଜକୁ ଦୀର୍ଘ ଦିନ ପାନୀୟଜଳ ଯୋଗଣ ବନ୍ଦ ରହିଛି। ଗ୍ରାମରେ ପୂର୍ବରୁ ଦିଆଯାଇଥିବା ପାଇପ ସବୁ ନଷ୍ଟ ହେବା ସହ ଭାଙ୍ଗରୁଜି ଯାଇଛି। ଗ୍ରାମବାସୀମାନେ ଏନେଇ ଜିଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ସୁଫଳ ନ ପାଇବାରୁ ମଙ୍ଗଳବାର ଦିନ ବୌଦ୍ଧ ଜିଲା ଭାରତୀୟ କିଷାନ ସଂଘ ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ପାନୀୟଜଳ ଯୋଗଣ ବନ୍ଦ ଥିବାରୁ ଗ୍ରାମବାସୀ ମାନେ ପୋଖରୀ ଓ ନାଳର ଦୂଷିତ ପାଣି ପିଇ ରୋଗଗ୍ରସ୍ତ ହେଉଛନ୍ତି। ଏଣୁ ତୁରନ୍ତ ପାନୀୟ ଜଳ ଯୋଗାଇ ଦେବାକୁ ଦାବୀ କରିବା ସହ ବିକ୍ଷୋଭ କରିଥିଲେ।। କିଛି ସମୟ ପରେ ପାନୀୟଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଭଞ୍ଜକିଶୋର ମନୋହରୀ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରି ତୁରନ୍ତ ପାଣି ଯୋଗାଇଦେବାକୁ ପ୍ରତିଶୃତି ଦେବା ପରେ ଗ୍ରାମବାସୀମାନେ ବିକ୍ଷାଭରୁ ଓହରିଥିଲେ। ବିକ୍ଷୋଭ ସମୟରେ ଗ୍ରାମର ବହୁ ପୁରୁଷ ଓ ମହିଳାମାନେ ସାମିଲଥିଲେ।

Comments are closed.