ଦଳିତ ମହାସଂଘ ପକ୍ଷରୁ ଧାମରା ମେରାଇନ ଥାନା ଆଗରେ ବିକ୍ଷୋଭ

ଧାମରା: ଦଳିତମାନଙ୍କ ଉପରେ ଅତ୍ୟାଚାର ବଢୁଥିବା ପ୍ରତିବାଦରେ ଦଳିତ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ଦିନ ୧୧ଟା ଠାରୁ ଧାମରା ମେରାଇନ ଥାନା ସମ୍ମୁଖରେ ଶହ ଶହ ଲୋକ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ଧାମରା ଅଞ୍ଚଳରେ ଦଳିତମାନଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି। ଫଳରେ ସାଧାରଣ ଜୀବନଯାପନ ସେମାନଙ୍କ ପାଇଁ ଅସମ୍ଭବ ହୋଇ ପଡିଛି। ଦଳିତ ବର୍ଗର ଲୋକ ଦୋଷୀଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ମଧ୍ୟ ପୁଲିସ ଏବଂ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ଦଳିତ ମହାସଂଘ ପକ୍ଷରୁ ମେରାଇନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

Comments are closed.