ପୁରୁଷୋତ୍ତମପୁରରେ ୧୨ଘଣ୍ଟିଆ ବନ୍ଦ ଡାକରା

0

ଗଞ୍ଜାମ : ବିଭିନ୍ନ ଦାବିକୁ ନେଇ ଗଞ୍ଜାମ ପୁରୁଷୋତ୍ତମପୁରରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଓକିଲ ଓ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସବ୍ ଜଜ୍ କୋର୍ଟ ସ୍ଥାପନ ଦାବିରେ ଓକିଲ ସଂଘ ବନ୍ଦ ଡାକରା ଦେଇଛନ୍ତି। ଏହାସହ ରାସ୍ତା ନିର୍ମାଣ ଦାବିରେ ବଣିକ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏହା ଫଳରେ ଦୋକାନ, ବଜାର ବନ୍ଦ ରହିବା ସହ ଗାଡି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ବନ୍ଦ ପାଳନକୁ ଅନେକ ବୁଦ୍ଧିଜୀବୀ ଓ ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ବନ୍ଦକୁ ନଜରରେ ରଖି ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Comments
Loading...