ପ୍ରୋଟିନଯୁକ୍ତ ପିଠାରୁ କରନ୍ତୁ ଦିନର ଆରମ୍ଭ

ଆବଶ୍ୟକ ସାମଗ୍ରୀ
ଓଟସ୍‍ – ୧କପ
ଅଣ୍ଡାର ଧଳା ଅଂଶ – ୧କପ
କଦଳୀ – ୧ଟି
ଲୁଣ – ଆବଶ୍ୟକ ପରିମାଣରେ
ବେକିଙ୍ଗ ପାଉଡର – ଅଳ୍ପ
ପ୍ରୋଟିନ ପାଉଡର – ଅଳ୍ପ
କ୍ଷୀର – ୧କପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଣ୍ଡାର ଧଳାଅଂଶକୁ କାଢନ୍ତୁ। ଏବେ ୧ ମିନିଟ ଏହାକୁ ଫେଣ୍ଟନ୍ତୁ। ଏବେ କଦଳୀକୁ ପେଷି ପାତ୍ରରେ ରଖନ୍ତୁ। ଏବେ ଓଟସ,ଅଣ୍ଡାର ଧଳା ଅଂଶ, କଦଳୀ,ପ୍ରୋଟିନ ପାଉଡର ଓ କ୍ଷୀରକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏଥିରେ ସାମାନ୍ୟ ଲୁଣ, ବେକିଙ୍ଗ ପାଉଡର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ନନ୍‍ ଷ୍ଟିକ ତାୱା ବସାଇ ଅଳ୍ପ କିଛି ତେଲ ପକାନ୍ତୁ। ଏବେ ଏହି ମିଶ୍ରଣକୁ ତାୱାରେ ପକାଇ ଚକୁଳି ପିଠା ଭଳି ୨ଟି ପଟକୁ ଭଲ ଭାବେ ସେକି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏଥିରେ କିଛି ଚକୋଲେଟ ଚିପ୍ସ, କଟା ଯାଇଥିବା କଦଳୀ ଅଳ୍ପ ମହୁ ପକାଇ ସଜାଇ ପରଷନ୍ତୁ ପ୍ରୋଟିନଯୁକ୍ତ ପିଠା ।

 

Comments are closed.