ଦେହ ବ୍ୟବସାୟ ଅଭିଯୋଗ

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ଭଙ୍ଗାପୋଲ ନିକଟ ଏକ ଆଜବେଷ୍ଟସ ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଚଳାଇବା ବେଳେ ଅଭିଯୋଗକାରୀଙ୍କ ବିରୋଧରେ ଜଣେ ମହିଳା ଅସଦାଚରଣ ଅଭିଯୋଗ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଉଭୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Comments are closed.