ମହୌଷଧି ପରି କାମ କରେ ଡାଳିମ୍ବ ଚା’

0

ଡାଳିମ୍ବ ଫଳ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ତେବେ ଏହାର ଚୋପାରେ ମଧ୍ୟ ଔଷଧୀୟ ଗୁଣ ଭରପୂର ରହିଛି। ବିଶେଷଜ୍ଞଙ୍କ ମତରେ ଏହାର ଉପଯୋଗ କରି ଚା’ ପ୍ରସ୍ତୁତ କଲେ ତାହା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି। ଏଣୁ ଏଥିରୁ ପ୍ରସ୍ତୁତ ଚା’ ପିଇଲେ କର୍କଟ ରୋଗ ଓ ହୃଦ୍‌ରୋଗରୁ ରକ୍ଷା ମିଳିଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି।

ଡାଳିମ୍ବ ଚୋପା ଚା’ ପିଇଲେ ପାଚନ କ୍ରିୟା ଭଲ ହେବା ସହ ଅମ୍ଳ ରୋଗରୁ ରକ୍ଷା ମିଳିଥାଏ।

ଗଳା ସମ୍ବନ୍ଧୀୟ ରୋଗ ଯେପରି ଗଳା ବସିଯିବା କିମ୍ବା କଥା କହିଲାବେଳେ କଷ୍ଟ ଅନୁଭୂତ ହେଲେ, ଡାଳିମ୍ବ ଚା’ ପିଇବା ଖୁବ୍ ହିତକାରୀ।

ନିୟମିତ ଭାବେ ଏହି ଚା’ ପିଇଲେ ଶରୀରରୁ କୋଲେଷ୍ଟରଲର ପରିମାଣ ମଧ୍ୟ କମ୍ ହେଉଥିବାର ବିଶେଷଜ୍ଞଙ୍କ ମତ।

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡା, ସର୍ଦିରୁ ମଧ୍ୟ ରକ୍ଷା ମିଳିଥାଏ।

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଡାଳିମ୍ବ ଚା’ ମହୌଷଧି ପରି କାମ କରେ।

ଏହାକୁ ପ୍ରସ୍ତୁତ କରିବେ କିପରି ?
ଏହାକୁ ପ୍ରସ୍ତୁତ କରିବା ମଧ୍ୟ ସହଜ। ୨ କପ୍ ପାଣି ପ୍ରଥମେ ଚୁଲା ଲଗାଇ ଫୁଟାନ୍ତୁ। ପୂର୍ବରୁ ପରିଷ୍କାର ଭାବେ ଧୋଇ ରଖିଥିବା ଡାଳିମ୍ବ ଚୋପାକୁ ଏଥିରେ ପକାଇ ଫୁଟାନ୍ତୁ। ପରେ ସେହି ପାନୀୟକୁ ଛାଣି ଚା’ ଭଳି ପିଅନ୍ତୁ।

Leave A Reply