ବିଭିନ୍ନ ପଞ୍ଚାୟତରେ ଉନ୍ନୟନ ପ୍ରକଳ୍ପ ଉଦଘାଟନ ଓ ଭତ୍ତା ବଣ୍ଟନ

ଚୌଦ୍ୱାର  :  ଆଗ୍ରାହାଟ ପଞ୍ଚାୟତର ଯାଜଭୈରବ ନୂଆଗାଁରେ ପ୍ରତ୍ୟେକ ୫ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ଯାଜେ୍ଞଶ୍ୱରୀ କମ୍ୟୁନିଟି ସେଣ୍ଟର ଓ ବିଜୁ ପଟ୍ଟନାୟକ ମାର୍କେଟ କମ୍ପେ୍ଲକ୍ସ,୨ଲକ୍ଷ ଟଙ୍କାର ମଙ୍ଗଳା କମ୍ୟୁନିଟି ସେଣ୍ଟର,୩ଲକ୍ଷ ଟଙ୍କାର ବିନାୟକ ପାଠାଗାର ଗୃହକୁ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଉଦଘାଟନ କରିଥିଲେ । ଏହି ଅବସରରେ ନଖରା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ପଞ୍ଚାୟତର ୩୦ଜଣ ଓ ଯାଜଭୈରବ ନୂଆଗାଁ ଠାରେ ୮୬ ଜଣଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବିନୋଦ ସେନାପତି, ଆଗ୍ରାହାଟ ସରପଞ୍ଚ ନରହରି ଦେହୁରୀ,ଅଭିଳାସ ସାହୁ,ସନ୍ତୋଷ ଦେହୁରୀ, ବିଦ୍ୟାଧର ତ୍ରିପାଠୀ, ସୁପ୍ରିୟା ଜେଠୀ, ସରୋଜକାନ୍ତ ବରାଳ, ଜୟନ୍ତ ବରାଳ, ମଧୁସ୍ମିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.