ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି

କଟକ: ଆଜି ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ଭାବେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ସଞ୍ଜୟ ନାୟକଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଫେସର ନାୟକଙ୍କୁ ୪ ବର୍ଷ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ପ୍ରଦାନ କରିଛନ୍ତି।  ଚେନ୍ନାଇ ସିପେଟର ଚିଫ୍ ଏକାଡେମିକ୍ ଅଫିସର ଅଛନ୍ତି ସଞ୍ଜୟ ନାୟକ।

ତାଙ୍କର ୩୪ ବର୍ଷରୁ ଅଧିକ ଶିକ୍ଷାଦାନର ଅଭିଜ୍ଞତା ରହିଛି। ସେ ୩୫ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ଅଧିନରେ ୪୦ ଜଣ ପିଏଚଡି ଓ ଜଣେ ଡିଏସସି ଡିଗ୍ରୀ ହାସଲ କରିଛନ୍ତି।

 

Comments are closed.