ପ୍ରଫେସର ବଂଶୀଧର ମାଝି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକନୋଲୋଜିର କୁଳପତି ନିଯୁକ୍ତ

ଭୁବନେଶ୍ୱର: ପ୍ରଫେସର ବଂଶୀଧର ମାଝି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକନୋଲୋଜି (ଭିସୁଟ୍‍)ର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା କୁଳପତି ନିଯୁକ୍ତ ହେଲେ ପ୍ରଫେସର ବଂଶୀଧର ମାଝି । ସେ ଏହି ପଦବୀରେ ତିନିବର୍ଷ ପାଇଁ କାର୍ଯ୍ୟ କରିବେ । ପ୍ରଫେସର ମାଝି ସଂପ୍ରତି ଚେନ୍ନଇର କାଞ୍ଚିପୁରମସ୍ଥିତ ଆଇଆଇଆଇଟିଡିଏମରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

Comments are closed.