ଚଳଚିତ୍ର ପୁଷ୍ପା ୨ ସୁଟିଂ ପାଇଁ ପ୍ରସ୍ତୁତ ହୋଇଛି ସୀମାନ୍ତ ପୋଲେରୁ

ମାଲକାନଗିରି:ଦକ୍ଷିଣ ଭାରତର ସୁପରହିଟ ଚଳଚିତ୍ର ପୁଷ୍ପା ୨ ସୁଟିଂ ନିମନ୍ତେ ପ୍ରସ୍ତୁତ ହୋଇଛି ସୀମାନ୍ତ ପୋଲେରୁ ନଦୀକୂଳ। ମାଲକାନଗିରି ଜିଲାରେ ପ୍ରଥମେ ଚିତ୍ରୋକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ଚଳଚିତ୍ର ନିରମାନକାରୀ ଦଳ ବୁଲି ଦେଖିଲ। ଏବେ ସୁଟିଂ ହେଉଛି ସାଉଥର ସୁପର ହିଟ ସିନେମା ପୁଷ୍ପା ପାର୍ଟ-୨ ମାଲକାନଗିରି ଆନ୍ଧ୍ର ସିମାନ୍ତ ପୋଲେରୁ ଓ ମୋତୁଗୁଡେମ ନଈ କୁଳରେ। ଏଠାରେ ପହଞ୍ଚି ସାରିଛି ସିନେମା ସେଟ୍ ଅପ୍।

ବିଶେଷ କରି ରକ୍ତ ଚନ୍ଦନ କାଠ ଗଣ୍ଡି, ଅନ୍ୟାନ୍ୟ କାଠ, କୃତିମ ପଥର ଓ ଷ୍ଟେଜ। ବର୍ତ୍ତମାନ ଏହି ଅଞ୍ଚଳରେ ସିନେମାର ନିର୍ଦେଶକ ସୁକୁମାର, ସହାୟକ ନିର୍ଦେଶକ ଏମ.ପ୍ରସାଦ ଓ କ୍ୟାମେରାମ୍ୟାନ କିଉବାଙ୍କ ସହ ମୈତ୍ରୀ ସିନେମା ପ୍ରଡକସନ ସଂସ୍ଥାର ଏକ ଟିମ ମାଲକାନଗିରି ଜିଲାର ପୋଲେରୁ ଓ ଆନ୍ଧ୍ରପ୍ରଦେଶ ମୋତୁଗୁଡେମ ଅଞ୍ଚଳ ବୁଲି ଏହି ସାଇଟ ଚିହ୍ନଟ କରିଛନ୍ତି ।

ଆସନ୍ତାକାଲି ଠାରୁ ପୋଲେରୁ ନଦୀ ନିକଟବର୍ତ୍ତି ଏହି ସ୍ଥାନରେ ପୁଷ୍ପା-୨ର ସୁଟିଂ ଆରମ୍ଭ ହେବ ବୋଲି ମୈତ୍ରୀ ମୁଭି ମେକର ସଂସ୍ଥା ତରଫରୁ କୁହାଯାଇଛି। ଦକ୍ଷିଣ ଭାରତ ସିନେ ତାରକା ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଏଠାକୁ ଆସିବେ। ଜଙ୍ଗଲ ଭିତରୁ ଚନ୍ଦନ କାଠ ଆଣି ନଈ ପାରି କରୁଥିବା ଏକ ଦୃଶ୍ୟ ଏଠାରେ ସୁଟିଂ ହେବ ବୋଲି ସଂସ୍ଥା ତରଫରୁ ସୂଚନା ଦିଆଯାଇଛି।

Comments are closed.