ପ୍ରସିଦ୍ଧ ଫିଲ୍ମ ନିର୍ମାତା- ନିର୍ଦ୍ଦେଶକ ଜନି ବକ୍ସିଙ୍କ ପରଲୋକ

ମୁମ୍ବଇ : ବଲିଉଡର ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ଜନି ବକ୍ସିଙ୍କର ଦେହାନ୍ତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଜନି ବକ୍ସି ଅନେକ ବଲିଉଡ ସେଲିବ୍ରିଟିଙ୍କ ସହ କାମ କରିଥିଲେ। ଜନି ବକ୍ସି ରାଜେଶ ଖନ୍ନା ଏବଂ ଗୁଲଶନ ଗ୍ରୋଭର ଷ୍ଟାରର ସିନେମା ଖୁଦାଇର ନିର୍ମାତା ଥିଲେ।
ସେ ମଞ୍ଜିଲ ଔର ଭି ହୈ, ମେରା ଦୋସ୍ତ ମେରା ଦୁଶମନ, ଫିର ତେରୀ କାହାନୀ ୟାଦ ଆଇ ଏବଂ ଇସ୍ ରାତ କି ସୁବାହ୍ ନେହି ସମେତ ଅନେକ ଚଳଚ୍ଚିତ୍ରରେ ନିର୍ମାତା ତଥା ସହ-ନିର୍ମାତା ଭାବରେ କାର୍ଯ୍ୟ କରିଥିଲେ। ହିମେଶ ରେଶମିଆଙ୍କ ସହିତ କଜରାରେ ଥିଲା ଜନି ବକ୍ସିଙ୍କ କ୍ୟାରିୟରର ଶେଷ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଟି ୨୦୧୦ରେ ମୁକ୍ତିଲାଭ କରିଥିଲା।

Comments are closed.