ବୁର୍ଲା ଭିମସାର କୋଭିଡ଼ ହସପିଟାଲରେ ୯ ଜଣ ରୋଗୀ : ଆରମ୍ଭ ହୋଇନାହିଁ ଆଇସିୟୁ ଚାଲିଛି ଡ଼େମୋ

-ନବନିର୍ମିତ ପାଣିଟାଙ୍କିରେ ଅଧା ରହୁଛି ପାଣି ଝରିଯାଉଛି ଅଧେ, – ଶୌଚାଳୟ ଜଳରାଶି କେନାଲରେ ମିଶିବା ନେଇ ସ୍ଥାନୀୟ ମହଲରେ ସଂକ୍ରମଣର ଭୟ

 

ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ନଅତାଲା ବିଶିଷ୍ଟ ତ୍ରୁଟିପୁର୍ଣ୍ଣ କୋଠାର ଅସଙ୍ଗତି ବର୍ତ୍ତମାନ ସୁଦ୍ଧା ଦୂର ହୋଇ ପାରିନାହିଁ। ଗତ ୧୨ ତାରିଖରୁ ତରବରିଆ କୋଭିଡ଼ ହସପିଟାଲ ଆରମ୍ଭ ହେବା ସତ୍ୱେ ଆଇସିୟୁ ଖୋଲାଯାଇ ପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଠିକାଦାରଙ୍କ ଅଧିନରେ ରହିଛି କୋଭିଡ଼ ହସପିଟାଲ କୋଠା। ସେପଟେ ନବନିର୍ମିତ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କିରୁ ଝରିଯାଉଛି ଅର୍ଦ୍ଧାଧିକ ଜଳ। ଶୌଚାଳୟ ମାନଙ୍କର ମଳମୁତ୍ର ସିଧାସଳଖ ଯାଇ ବୁର୍ଲା କେନାଲରେ ମିଶିବାକୁ ନେଇ ଚିନ୍ତାରେ ସଚେତନ ବର୍ଗ।
ଭିମସାର କୋଭିଡ଼ ହସପିଟାଲରେ ଗତ ମଙ୍ଗଳବାର ସୁଦ୍ଧା ସମୁଦାୟ ୧୭ ଜଣ କୋଭିଡ଼ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ଭିମସାରରୁ କୋଭିଡ଼ ରୋଗୀଙ୍କୁ ଡ଼ିସଚାର୍ଜ କରି ଦିଆଯାଇ ବର୍ତ୍ତମାନ ମାତ୍ର ୯ ଜଣ କରୋନା ରୋଗୀ ଚିକିତ୍ସାଧିନ ରହିଛନ୍ତି। ତେବେ ଏହି ସଙ୍କୁଚିତ କୋଠାରେ ଜଳ ଶଙ୍କଟ ଦେଖାଦେବା ସମାସ୍ୟା ସୃଷ୍ଟି ହୋଇଛି କାରଣ ନବନିର୍ମିତ ପାଣିଟାଙ୍କି ନିର୍ମାଣରେ ତ୍ରୁଟି ଯୋଗୁଁ ଅର୍ଦ୍ଧାଧିକ ଜଳ ଝରି ଯାଉଛି। ସଦାସର୍ବଦା ଅଧା ପାଣି ହିଁ ଏହି ପାଣିଟାଙ୍କିରେ ରହୁଛି। ଆଇସିୟୁ ଶଯ୍ୟା ହୋଇ ନ ପାରିବା ପରିପ୍ରେକ୍ଷୀରେ ସାଧାରଣ ରୋଗୀଙ୍କୁ ହିଁ ଭିମସାରର କୋଭିଡ଼ ହସପିଟାଲରେ ଭର୍ତ୍ତି କରାଯାଉଛି। ଆଇସିୟୁ ଶଯ୍ୟା ପାଇଁ ଇଞ୍ଜିନିୟର ଭିମସାରକୁ ଆସି ଅନୁଧ୍ୟାନ କରି ଯାଇଥିବା ବେଳେ ଏହା  ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ପାରି ନାହିଁ।

ଶୁକ୍ରବାର ଏହି ଇଞ୍ଜିନିୟର ଡେମୋ ଦେଖାଇଥିବା ସୁଚନା ମିଳିଛି। ଏହା ସହିତ ଭିମସାରର ଏହି ସଙ୍କୁଚିତ କୋଭିଡ଼ ହସପିଟାଲଟି ମଧ୍ୟଭାଗରେ ଉପରୁ ତଳ ପର୍ଯ୍ୟନ୍ତ ଖୋଲା ରହିଥିବା ବେଳେ ଏହାର ଚାରିପଟେ ଛୋଟ ଛୋଟ କକ୍ଷମାନ ତିଆର କରାଯାଇଛି। ସେପଟେ ଅଗ୍ନି ନିରାପତ୍ତା ପରିପ୍ରେକ୍ଷୀରେ ସିଡ଼ି ନିକଟରେ କରାଯାଇଥିବା ରନ୍ଧ୍ର କେତେକ ଶୌଚାଳୟ ତଥା ବାଥରୁମ୍ ମଧ୍ୟକୁ ଜଳ ଜଳ କରି ଦେଖାଯାଉଛି ଯାହାକି ନିକଟ ଭବିଷ୍ୟତରେ କୌଣସି ବିବାଦୀୟ ସ୍ଥିତି ଉତ୍ପର୍ଣ୍ଣ କରିବା ସମ୍ଭାବନା ସୃଷ୍ଟି କରୁଛି। ଶୌଚାଳୟର ମଳମୁତ୍ର ସିଧାସଳଖ ଏକ ଟାଙ୍କି ମାଧ୍ୟମରେ ନାଳକୁ ଛାଡ଼ି ଦିଆ ଯାଇଛି। ଯାହାକି ଆଗକୁ ଯାଇ ବୁର୍ଲାର  କେନାଲରେ ଏହି ନାଳଗୁଡିକ ସଂଯୋଗ ହୋଇଛି। ଏହାକୁ ନେଇ ମଧ୍ୟ ସ୍ଥାନୀୟ କେତେକ ସଚେତନ ବର୍ଗଙ୍କ ମହଲରେ ପ୍ରବଳ ଉଦବେଗ ପ୍ରକାଶ ପାଉଛି ଏହା ସହିତ ସ୍ଥାନୀୟ ମହଲରେ ଆଗାମୀ ଭବିଷ୍ୟତରେ ସଂକ୍ରମଣର ଏକ ଭୟର ବାତାବରଣ ସୃଷ୍ଟି କରୁଛି। ଏହାପ୍ରତି ଭିମସାରର ପରିଚାଳନା ବ୍ୟବସ୍ଥା  ସମୟ ଥାଉ ଥାଉ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କୋଭିଡ଼ କୋଠା ସର୍ତ୍ତମୁଳକ ଏକମାସର ଅଗ୍ନି ନିରାପତ୍ତା ଅନୁମତିରେ ଚାଲିଥିବା ପରିପେକ୍ଷିରେ ବର୍ତ୍ତମାନ ସୁଦ୍ଧା ଏହା ଠିକାଦାରଙ୍କ ବେକରେ କଣ୍ଟା ସଦୃଶ ଝୁଲି ରହି ରହିଛି। ସେପଟେ ବର୍ତ୍ତମାନ ସୁଦ୍ଧା କୋଠା ଭିମସାର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ହୋଇ ପାରି ନ ଥିବା ବେଳେ ଭିମସାରର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ ଏହି କୋଠାରେ ଚାଲିଛି।

Comments are closed.