ନର୍ସ ଜଗିଛନ୍ତି ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସା ବିଭାଗ : ଏମକେସିଜିରେ ଭିତ୍ତିଭୂମି ଅଭାବ

ଦାୟିତ୍ବରେ ସର୍ଜରୀ ଡାକ୍ତର

ବ୍ରହ୍ମପୁର : ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ନା’କୁ ମାତ୍ର ରହିଛି କାର୍ଡିଓ ଥୋରାସିସ୍ ଭାସକୁଲାର ସର୍ଜରୀ (ସିଟିଭିଏସ) ତଥା ହୃଦ ବକ୍ଷ ଶଲ୍ୟ ଚିକିତ୍ସା ବିଭାଗ ା ସୁପରସ୍ପେସିଆଲିଟି ବିଭାଗ ହୋଇଥିଲେ ମଧ୍ୟ ଅନେକ ବର୍ଷ ହେବ ଏହି ବିଭାଗରେ ଆବଶ୍ୟକ ଡାକ୍ତର, ମେସିନ ତଥା ଭିତ୍ତିଭୂମିର ଅଭାବ ଲାଗି ରହିଛି ା ଏମକେସିଜି ପ୍ରତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏହା ଏକ ଚରମ ଅବହେଳା ।
୫ ବର୍ଷ ହେବ ଅସୁରକ୍ଷିତ ଘୋଷଣା ହୋଇସାରିଥିବା ଏମକେସିଜିର ପୁରୁଣା ଇନଡୋର କୋଠାରେ ରହିଛି ସିଟିଭିଏସ ଅନ୍ତଃବିଭାଗ। ବିଭାଗରେ ଶଯ୍ୟା ପଡ଼ିଛି ହେଲେ କୌଣସି ରୋଗୀ ନାହାନ୍ତି। ବିଭାଗର ସପ୍ତାହକୁ ୨ ଦିନ ଯଥା ସୋମବାର ଓ ଗୁରୁବାର ଆଉଟଡୋର ଖୋଲା ଯାଉଛି ା ବିଭାଗର ଦୁରବସ୍ଥା ଜାଣିଥିବା ରୋଗୀ ଆଉଟଡୋରକୁ ମଧ୍ୟ ଆସୁ ନାହାନ୍ତି। ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ହୋଇଥିଲେ ମଧ୍ୟ ଏଠାରେ ଜଣେ ବି ବିଶେଷଜ୍ଞ ଡାକ୍ତର ନାହାନ୍ତି ା ବିଭାଗର ମୁଖ୍ୟ ତଥା ହୃଦଶଲ୍ୟ ବିଶେଷଜ୍ଞ ପ୍ରଫେସର ସୁରେଶଚନ୍ଦ୍ର ମିଶ୍ର ଅବସର ନେବା ସହ ବିଭାଗର ସହାକରୀ ପ୍ରଫେସର ଏସ.କେ. ପାଣିଗ୍ରାହୀ କିଛି ମାସ ତଳେ ଇସ୍ତଫା ଦେଇ ଅନ୍ୟତ୍ର ଚାଲି ଯାଇଥିଲେ। ବିଭାଗଟି କାଜଗପତ୍ରରେ ଚାଲୁ ରଖିବା ପାଇଁ ଏମକେସିଜି ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ମନୋଜ କୁମାର ସେଠୀଙ୍କୁ ବିଭାଗର ମୁଖ୍ୟଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ସର୍ଜରୀ ବିଭାଗ ସହାକରୀ ପ୍ରଫେସର ପ୍ରଭାତ ପାଣିଗ୍ରାହୀଙ୍କୁ ଏହି ବିଭାଗର ସହକାରୀ ଶଲ୍ୟ ଚିକିତ୍ସକ ଭାବେ ଦାୟିତ୍ବ ଓ ସିନିୟର ରେସିଡେଣ୍ଟ ଟି.କେ .ସାହୁଙ୍କୁ ଏହି ବିଭାଗରେ ନିଯୁକ୍ତ କରାଯାଇଛି। ତେବେ ଏହି ୩ ଜଣ ଡାକ୍ତର ସିଟିଭିଏସରେ ଏମସିଏଚ କରି ନଥିବାରୁ ଏଠାରେ ଓପନ ହାର୍ଟ ସର୍ଜରୀ ହୋଇପାରୁ ନାହିଁ।
ଛାତିରେ ପାଣି କିମ୍ବା ରକ୍ତ ଜମିଲେ ତାହାର ଚିକିତ୍ସା ସହ ଛାତିରେ ଛିଦ୍ର ଥିଲେ ଆବଶ୍ୟକ ହେଉଥିବା ଅ​‌େ​‌ସ୍ତ୍ରାପଚାର, ଫୁସଫୁସ୍ ଜନିତ ଅ​‌େ​‌ସ୍ତ୍ରାପଚାର ଭଳି ବଡ଼ ବଡ଼ ଶଲ୍ୟ ଚିକିତ୍ସା ହୋଇପାରୁ ନାହିଁ। ଏମକେସିଜିର ଛାତି ଓ ଟିବି ରୋଗ ବିଭାଗ, ମେଡିସିନ ବିଭାଗ, ହୃଦ ଚିକିତ୍ସା ବିଭାଗରୁ ରୋଗୀମାନେ ରେଫେର ହୋଇ ସିଟିଭିଏସ ବିଭାଗକୁ ଆସୁଛନ୍ତି । ହୃଦଶଲ୍ୟ ଚିକିତ୍ସା ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବା ବେଳେ ଏମକେସିଜିକୁ ଆସୁଥିବା ଦକ୍ଷିଣ ଓଡ଼ିଶାର ଗରିବ ରୋଗୀଙ୍କୁ ସେବା ମିଳିପାରୁନି। କେବଳ ଡାକ୍ତର ଅଭାବ ନୁହଁ ଏହି ବିଭାଗରେ ଥିବା ହାର୍ଟ ଲଙ୍ଗ ମେସିନ, ଭେଣ୍ଟିଲେଟର ଓ ଅ​‌େ​‌ସ୍ତ୍ରାପଚାର ଗୃହର ବିଭିନ୍ନ ସରଞ୍ଜାମ ଅନେକ ବର୍ଷ ହେବ ଅଚଳ ହୋଇପଡ଼ିଛି। ଅନ୍ତଃବିଭାଗରେ ଥିବା ଡାକ୍ତରଙ୍କ କୋଠରୀ, ଷ୍ଟୋର ରୁମ୍, ଡ୍ରେସିଙ୍ଗ ରୁମରୁ ପଲସ୍ତରା ଖସିବା ସହ ବର୍ଷା ହେଲେ ପାଣି ଗଳୁଛି ା ବିଭାଗର ଦ୍ବାର ଖୋଲା ରଖିବା ନ୍ୟାୟରେ କିଛି ନର୍ସଙ୍କୁ ଜଗୁଆଳ ଭାବେ ଏହି ବିଭାଗରେ ନିୟୋଜିତ କରାଯାଇଛି। କେବଳ କାର୍ଡିଓ ଥୋରାସିସ୍ ଭାସକୁଲାର ସର୍ଜରୀ ବିଭାଗ ନୁହଁ ଏମକେସିଜିର ୟୁରୋ ସର୍ଜରୀ, ନ୍ୟୁରୋ ସର୍ଜରୀ ଓ ପେଡିଆଟ୍ରିକ ସର୍ଜରୀ ଭଳି ପ୍ରାୟ ସମସ୍ତ ସୁପରସ୍ପେସିଆଲିଟି ବିଭାଗ ଏକପ୍ରକାର ଅଚଳ ହୋଇପଡ଼ିଛି ା ସିଟିଭିଏସ ବିଭାଗର ଦୁରବସ୍ଥା ନେଇ ଏମକେସିଜିର ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କୁ ପଚରାଯିବାରେ ସେ କହିଛନ୍ତି ପିଏମଏସଏସୱାଈ କୋଠା କାର୍ଯ୍ୟକ୍ଷମ ହେବା ପରେ ସେଠାରେ ଉନ୍ନତ ଭିତ୍ତିଭୂମି ଉପଲବ୍ଧ ହେବ। ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହେଲେ ସମସ୍ତ ପ୍ରକାର ଅ​‌େ​‌ସ୍ତ୍ରାପଚାର ହୋଇପାରିବ।

Comments are closed.