ପୂର୍ତ୍ତିବିଭାଗ ଓ ବିଦ୍ୟୁତ ବିଭାଗର ଅବହେଳାରୁ ରାଜ୍ୟ ରାଜପଥ କାର୍ଯ୍ୟରେ ବାଧା

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ସିକରପାଇ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଜ୍ୟ ରାଜପଥ କାର୍ଯ୍ୟ ଚାଲୁଥିବା ବେଳେ ପୂର୍ତ୍ତ ବିଭାଗ ଓ ବିଦ୍ୟୁତ ବିଭାଗ ଅବହେଳା ଯୋଗୁଁ ରାସ୍ତା ଓ (ଡ୍ରେନଜ)  କେନାଲ କାମ କରିବାରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ରାସ୍ତା ଓ (ଡ୍ରେନଜ ) କେନାଲ କାର୍ଯ୍ୟ  ଆରମ୍ଭ ନ କରିବା ପୁର୍ବରୁ କଲ୍ୟାଣସିଂହପୁର ତହସିଲଦାର ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡିକୁ ନିଜେ ନିଜେ ଭାଙ୍ଗିବା ପାଇଁ ନୋଟିସ ମାଧ୍ୟମରେ ଜଣାଇବାରୁ  କିଛି ଲୋକ ନିଜ ନିଜଘର ଗୁଡିକ ଭାଙ୍ଗିଥିବା ବେଳେ ମାତ୍ର  କିଛି ଲୋକ ଘରଭାଙ୍ଗି ନାହାନ୍ତି । ନୋଟିସ ଦେବାର ପ୍ରାୟ ସାତ ମାସ ବିତିଯାଇଥିଲେ ମଧ୍ୟ କିଛିଲୋକ ଘର ଭାଙ୍ଗି ନଥିବାବେଳେ କିଛି ଲୋକ ରାସ୍ତା ପାର୍ଶ୍ୱର ଦୋକାନ ଗୁଡିକ ଉଠାଉ ନଥିଲେ ମଧ୍ୟ ପୂର୍ତ୍ତି ବିଭାଗ ସବୁଦେଖି ଚୁପ ରହୁଛି । ଅନ୍ୟ ପଟେ ବିଦ୍ୟୁତ ବିଭାଗ  ନୁତନ ବିଦ୍ୟୁତ ଖୁଣ୍ଟ ଗୁଡିକ ପୋତି ସାରିବା ପରେ ସେହି ଖୁଣ୍ଟ ଗୁଡିକରେ ତାର ଟାଣି ବିଦ୍ୟୁତ ସଂଯୋଗ କରୁ ନଥିବାରୁ ପୁରୁଣା ବିଦ୍ୟୁତ ଖୁଣ୍ଟ ଗୁଡିକ ରାସ୍ତା ମଝିରେ ରହିଥିବାରୁ ରାସ୍ତା ଓ (ଡ୍ରେନଜ)କେନାଲ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହେଉଛି । ଏହି ଦୁଇ ବିଭାଗର ତାଳମେଳ ରହୁ ନ ଥିବାରୁ ରାସ୍ତା ଓ (ଡ୍ରେନଜ ) କେନାଲ କାମ କରିବାରେ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି । ଏତେ ବଡ ରାଜ୍ୟ ରାଜପଥ କାର୍ଯ୍ୟ ଚାଲୁଥିବା ବେଳେ ପୂର୍ତ୍ତି ବିଭାଗର ସରକାରୀ ବାବୁ ମାନଙ୍କ ଦେଖା ମିଳୁନି । ରାସ୍ତାର ଉଭୟ ପାର୍ଶ୍ୱରେ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଅଧା କି.ମି (ଡେନଜ) କେନାଲ କାମ ହୋଇଥିବା ବେଳେ  କେନାଲର ଓ୍ବାଟର ଲେବଲ କରିନଥିବାରୁ ଅନେକ ସ୍ଥାନରେ ପାଣି ଜମି ରହୁଥିଲେ ମଧ୍ୟ ତାହାକୁ ଓ୍ବାଟର ଲେବଲ ନ କରି ଡ୍ରେନଜ ଉପରେ ସ୍ଲାପ ପକାଇ ଘୋଡାଇ ଦିଆଯାଇଛି।
କାମ ନ ସରୁୁଣୁ ଏଭଳି ଡ୍ରେନ ଭିତରେ ପାଣି ଜମିରୁହେ ତାହାହେଲେ ଆଗାମି ଦିନରେ  ଡେଙ୍ଗୁ, ମେଲେରିଆ ଭଳି ବିଭିନ୍ନ ମାରାତ୍ମକ ରୋଗରେ ଲୋକେ ଶିକାର ହେବେ ତାହା ଏଡାଇ ହେବନାହିଁ ବୋଲି କହି ହେବନାହିଁ ।  ବିଦ୍ୟୁତ ବିଭାଗ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱରେ ରାସ୍ତାର ମଝିରୁ ୩୦ ଫୁଟରେ ବିଦ୍ୟୁତ ଖୁଣ୍ଟ ପୋତି ଥିବାବେଳେ ମୁଖ୍ୟ ବଜାରରେ କିଛି ଜାଗାରେ କିଛି ବଡବଡିଆଙ୍କ କଥା ଶୁଣି ୩୦ ଫୁଟ ବଦଳରେ ୨୮ଫୁଟରେ ଖୁଣ୍ଟ ପୋତା ଯାଇଥିବାରୁ କିଛି ଲୋକ ନିଜ ନାମ ଗୋପନ ରଖି ଅଭିଯୋଗ କରିଛନ୍ତି । ଏହିଭଳି ସମମ୍ୟା ରହିଥିବାରୁ ଏଥିପ୍ରତି ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେଇ ୨୮ଫୁଟରେ ପୋତିଥିବା ଖୁଣ୍ଟ ଗୁଡିକ ବାହାର କରି ୩୦ ଫୁଟରେ ପୋତାଯାଉ ବୋଲି ସାଧାରଣରେ ଦାବି ହୋଇଛି । ଖାଲି ଏତିକି ନୁହେଁ କିଛି ଜାଗାରେ (ଡ୍ରନେଜ)କେନାଲ କାମ ସରଥିଲେ ମଧ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ନୁତନ ପାଇପ ନ ବିଛାଇ ଚୁପ ରହୁଥିବାରୁ ଅନେକ ଲୋକଙ୍କ  ରାସ୍ତା କାମ  ଯୋଗୁଁ  ଘରୋଇ ପାଇପ ଲାଇନ କଟି ଯାଇଛି ।  ପ୍ରାୟ ଦୁଇମାସରୁ ଉର୍ଦ୍ଧ୍ବ ହେବ ମୁନ୍ଦାଏ ପାଣି ପାଇଁ ଛୋଟପଟ ହୋଇ  ଏ ଘରୁ  ସେ ଘରୁ ପାଣିନେଇ ନିତ୍ୟକାର୍ଯ୍ୟ କରୁଥିବା ମଧ୍ୟ ନଜରକୁ ଆସୁଛି । ଏଭଳି ସମସ୍ୟା ଲାଗି ରହିଥିବାରୁ  ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା  ସ୍ଥାନିୟ ତହସିଲଦାର ଦେବାଶିଷ କରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଏ ସବୁ ମୋ ହାତରେ ନାହିଁ ସବୁ ପୂର୍ତ୍ତ ବିଭାଗ ହାତରେ ରହିଛି ପୂର୍ତ୍ତିବିଭାଗ ମୋ ନଜରକୁ ଆଣିଲେ ମୁଁ ସ୍ଥାନୀୟ ପୋଲିସ ସହାୟତାରେ ଯେଉଁ ସମସ୍ୟା ରହିଛି ତାହା ପାଖରେ ରହି ସମାଧାନ କରପାରିବି ବୋଲି ସୂଚନା ଦେଇଛନ୍ତି । ଅନ୍ୟ ପଟେ ପୂର୍ତ୍ତି ବିଭାଗ ଯନ୍ତ୍ରୀ ରାଜିବ ବେହେରାଙ୍କୁ ଯୋଗାଯୋଗ କଲେ ଫୋନଟିକୁ କାଟି ଦେଉଛନ୍ତି ।ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ତ ସମସ୍ୟାର ସମାଧନ କରି ତୁରନ୍ତ ରାଜ୍ୟ ରାଜପଥ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ସାଧାରଣରେ ଦାବି ହୋଇଛି ।

Comments are closed.