ଟିକିରା ଗ୍ରୀଡରୁ ପାଟଣାକୁ ବିଦ୍ୟୁତ ସଂଯୋଗ କାର୍ଯ୍ୟକୁ ଧକ୍କା

ପୋତା ଯାଇଥିବା ୬ ଟି ବିଦ୍ୟୁତ ଖୁଣ୍ଟକୁ କାଟିନେଲେ ଚୋର

ପାଟଣା :  ଟିକିରା ଗ୍ରୀଡରୁ ପାଟଣାକୁ ସିଧାସଳଖ ୩୩ କେଭି ବିଦ୍ୟୁତ୍ ସଂଯୋଗ ପାଇଁ ପାଟଣାରୁ ଟିକିରାକୁ ବିଦ୍ୟୁତ ଖୁଣ୍ଟି ପୋତା କାମ ଅଧାରୁ ଅଧିକ ଆଗେଇଥିଲା। ତେବେ ଏହି କାର୍ଯ୍ୟକୁ ଜବରଦସ୍ତ ଝଟକା ଲାଗିଛି । ଗତକାଲି ଚୋରମାନେ ଏହି ଲାଇନର ଦକ୍ଷିଣପଶି ନିକଟରୁ ପୋତା ଯାଇଥିବା ୬ଟି ବିଦ୍ୟୁତ ଖୁଣ୍ଟକୁ ମୂଳରୁ ଗ୍ୟାସକଟର ଲଗାଇ କାଟି ନେଇଛନ୍ତି । ଚୋରି ସମ୍ପର୍କରେ ପାଟଣା ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପଦ୍ମକିଶୋର ଜେନା ଆଜି ପାଟଣା ଥାନାରେ ଲିଖିତ ଏତଲା ଦେଇଛନ୍ତି । ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଘଟଣା ସ୍ଥଳକୁ ଆସି ସ୍ଥିତି ପରଖିଛନ୍ତି । ସୂଚନା ଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ମୁଦ୍ରାବେଡା ନିକଟରୁ ୧୨ ଟି ଖୁଣ୍ଟରୁ ଚୋରମାନେ ତାର ଚୋରି କରି ନେଇଥିବା ବେଳେ ଏ ସମ୍ପର୍କରେ ପାଟଣା କନିଷ୍ଠ ଯନ୍ତ୍ରୀ ଘଟଗାଁ ଥାନାରେ ଏତଲା ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚୋର ଧରାପଡିନଥିବାରୁ ଚୋରମାନେ ସାହାସର ସହ ଗତ କାଲି ଗ୍ୟାସ କଟର ଲଗାଇ ୬ଟି ବିଦ୍ୟୁତ ଖୁଣ୍ଟ ଚୋରି କରି ନେବା ଘଟଣା ଅଞ୍ଚଳରେ ପ୍ରସଙ୍ଗର ବିଷୟ ହୋଇଛି।

Comments are closed.