ଅନଲାଇନ ଜାତୀୟ ସାଇ ସଂଗୀତ ପ୍ରତିଯୋଗିତାର ପୁରସ୍କାର ବିତରଣ

ଭୁବନେଶ୍ଵର : କରେନା ସମୟରେ ସ୍କୁଲ କଲେଜ ବନ୍ଦ ଥିବାବେଳେ ପିଲାମାନେ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ସ୍ଥିତ ଶ୍ରୀ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ଓ ବେବି ବିଙ୍ଗୋ ସ୍କୁଲ ଦ୍ବାରା ଏକ ଜାତୀୟସ୍ତରୀୟ ଅନଲାଇନ୍ ସାଇ ସଂଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଆଜି ରାଜ୍ୟ ଗୃହ, ଶକ୍ତି ଓ ଶିଳ୍ପ ମନ୍ତ୍ରୀ ମାନ୍ୟବର ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ଵର ସ୍ଥିତ ବାସଭବନଠାରେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକ ଓ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଡ଼. ରୁଧି ସୁନ୍ଦର ମହାନ୍ତିଙ୍କ ଉପସ୍ଥିତିରେ କରୋନା କଟକଣାର ନିୟମକୁ ମାନି ସ୍ଥାନୀୟ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ଅବସରରେ ସ୍କୁଲ ଓ ଟ୍ରଷ୍ଟର ସଦସ୍ୟ ଡ଼. ଟୁନା ସାହୁ, ଅମିତାଭ ସାହୁ, ଓ ଜ୍ଞାନବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ବାଙ୍ଗାଲୋରରୁ ପ୍ରତିକ୍ଷା ପ୍ରତିହାରୀ, ରାଉରକେଲରୁ ମର୍ମସ୍ପଶୀ ଦାସ, କେନ୍ଦୁଝରରୁ ଓମ ଶକ୍ତିଜା, ପାରଳାଖେମୁଣ୍ଡିରୁ ଆଶୁତୋଷ ମିଶ୍ର, ସାଲେପୁରରୁ ସୁଶ୍ରୀ ସମ୍ବିତା ସହୁ, ପଟ୍ଟାମୁଣ୍ଡାଇରୁ ବର୍ଷାରାଣୀ ଦାସ ଓ ଜିଜ୍ଞାସା ଦାସ, ସମ୍ବଲପୁରରୁ ସେୟାଶ୍ରୀ ସାହୁ, କଟକରୁ ନିର୍ବିଶେଷ ସାହୁ ଓ ଅଙ୍କିତା ପଣ୍ଡା, ଶେଷ​ରେ​‌ ରଭୁବନେଶ୍ଵରରୁ ବିଦ୍ୟାନଶୁ ଶେଖର ସାହୁ, ସିଦ୍ଧିସ୍ନା ବିନ୍ଧାଣୀ, ଦିବ୍ୟାସା ପଟ୍ଟନାୟକ ଓ ଗାୟତ୍ରୀ ଦାସ ବିଜୟୀ ହୋଇଛନ୍ତି।

Comments are closed.