ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଯନ୍ତ୍ରୀ ସମ୍ମାନିତ

0

ମାଲକାନଗିରି : ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ସ୍ୱାଭିମାନ ଅଞ୍ଚଳର ଚିତ୍ରକୋଣ୍ଡା, ଖଇରପୁଟ ଭଳି ମାଓ ପ୍ରବଣ ଦୁର୍ଗମ ଅଞ୍ଚଳରେ ସରକାରଙ୍କ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସେ ନିଜର ଯଥେଷ୍ଟ ଅବଦାନ ଦେଇଛନ୍ତି। ସେ ସମସ୍ତ ଦୁର୍ଗମ ଅଞ୍ଚଳର ରାସ୍ତା ନିର୍ମାଣ କାମ ଠାରୁ ଆରମ୍ଭ କରି ବିଚ୍ଛିନ୍ନାଞ୍ଚଳରେ ସର୍ଭେ କରିବା ଦ୍ୱାରା ସ୍ୱାଭିମାନ ଅଞ୍ଚଳର ସମସ୍ତ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ବାଟ ଫିଟିଥିଲା। ତାଙ୍କର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରି ଶକ୍ତି ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ତାଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ। ସେଭଳି ଜିଆରଏସ , ଅଙ୍ଗନବାଡ଼ି କର୍ମୀ, ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

Leave A Reply