ବିବାହ ମଣ୍ଡପକୁ ନିଆରା ଶୈଳୀରେ ଏଣ୍ଟ୍ରି କରିବେ ପ୍ରିୟଙ୍କା

0

ମୁମ୍ବଇ: ଦୀପିକା ପାଦୁକୋନ-ରଣବୀର ସିଂହଙ୍କ ବିବାହ ପରେ ଏବେ ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନ୍ସଙ୍କ ବିବାହର ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ, ଦୁହିଁଙ୍କ ବିବାହ ଡିସେମ୍ବର ୨ ତାରିଖରେ ଯୋଧପୁରର ଉମୈଦ ଭବନରେ ଅନୁଷ୍ଠିତ ହେବ। ତେବେ ବିବାହ ମଣ୍ଡପକୁ ପ୍ରିୟଙ୍କାଙ୍କ ଏଣ୍ଟ୍ରି କିଛି ନିଆରା ଉପାୟରେ ହେବ ବୋଲି ଜଣାପଡ଼ିଛି। ଆଜ୍ଞା ହଁ ବିବାହ ମଣ୍ଡପରେ ପ୍ରିୟଙ୍କା ହେଲିକପ୍ଟରରେ ଆସି ପହଞ୍ଚିବେ।

ମିଳିଥିବା ଖବର ଅନୁସାରେ, ପ୍ରିୟଙ୍କା ବିବାହ ଦିନ ଉଦୟପୁର ଯିବେ। ସେଠାରୁ ସେ ହେଲିକପ୍ଟର ଚଢି ଆସି ଉମୈଦଭବନରେ ଅବତରଣ କରିବେ। ଏଥିପାଇଁ ପ୍ରିୟଙ୍କା ୨୯ ନଭେମ୍ବରରୁ ୩ ଡିସେମ୍ବର ପର୍ଯ୍ୟନ୍ତ ଏକ ହେଲିକପ୍ଟର ବୁକ୍ କରିଛନ୍ତି। ଏହି ହେଲିକପ୍ଟର ନଭେମ୍ବର ୨୯ ତାରିଖରେ ଉଦୟପୁରରୁ ଉଡ଼ାଣ ଭରି ଉମୈଦ ଭବନରେ ଅବତରଣ କରିବ। ଏଥିସହିତ ଡିସେମ୍ବର ୩ ତାରିଖରେ ହେଲିକପ୍ଟର ଉଦୟପୁରକୁ ଫେରିବ।

ବିବାହ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ୍ ରୀତିନୀତି ଅନୁଯାୟୀ ସମ୍ପନ୍ନ ହେବ। ସେହିପରି ବିବାହ ପରେ ଦୁଇଟି ରିସେପ୍ସନ ପାର୍ଟିର ଆୟୋଜନ କରାଯାଇଛି। ପ୍ରଥମ ପାର୍ଟି ସିନେଜଗତର ବନ୍ଧୁମାନଙ୍କ ପାଇଁ ମୁମ୍ବଇରେ ଆୟୋଜିତ ହେବ ଓ ଅନ୍ୟଟି ଦିଲ୍ଲୀରେ ହେବ।

Leave A Reply