ପ୍ରିୟଙ୍କା-ନିକଙ୍କ ହିନ୍ଦୁ ବିବାହ ପାଇଁ ପୁଣି ସଜାଇ ହୋଇଛି ମଣ୍ଡପ

0

ଯୋଧପୁର : ମଣ୍ଡପ ସମାନ! ହେଲେ ପୁଣି ଭିନ୍ନ ପରମ୍ପରାରେ ହେବ ବିବାହ ଉତ୍ସବ। ପ୍ରିୟଙ୍କା-ନିକଙ୍କ ହିନ୍ଦୁ ରୀତିନୀତିରେ ବିବାହ ପାଇଁ ନୂଆ ରୂପରେ ହୋଟେଲ ଉମୈଦ ଭବନର ମଣ୍ଡପ ସଜାଇ ହେଉଛି। ଖ୍ରୀଷ୍ଟିୟାନ୍‍ ବିବାହ ପାଇଁ ଏହି ହୋଟେଲକୁ ଧଳା ରଙ୍ଗର ଫୁଲରେ ସଜା ଯାଇଥିଲା। ଏବେ ହିନ୍ଦୁ ପରମ୍ପରାରେ ବିବାହ ପାଇଁ ଏହାକୁ ରଙ୍ଗ-ବେରଙ୍ଗର ଫୁଲରେ ସଜା ଯାଇଛି। ମଣ୍ଡପର ଉଚ୍ଚତା ପ୍ରାୟ ୪୦ ଫୁଟ୍‍ ରହିଛି। ମଣ୍ଡପର ପ୍ରଚ୍ଛଦ ପଟରେ ମୋହନଗଡ଼ର ଦୂର୍ଗର ଚିତ୍ର ଦେଖିବାକୁ ମିଳିଛି।

ପ୍ରିୟଙ୍କା ଅବୁ ଜାନୀ ଓ ସନ୍ଦୀପ ଖୋସଲାଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧିବେ। ବଲିଉଡ଼ଠାରୁ ହଲିଉଡ଼ ପର୍ଯ୍ୟନ୍ତ ବହୁ ନାମୀଦାମୀ ତାରକା ଏହି ବିବାହରେ ସାମିଲ ହେବା ପାଇଁ ପହଞ୍ଚିଛନ୍ତି। ଚଳଚ୍ଚିତ୍ର ତାରକାଙ୍କ ବ୍ୟତୀତ ଭାରତର ସବୁଠାରୁ ବଡ଼ ଶିଳ୍ପପତି ମୁକେଶ ଅମ୍ବାନୀ ମଧ୍ୟ ସପରିବାର ବିବାହରେ ସାମିଲ ହେବା ପାଇଁ ପହଞ୍ଚିଛନ୍ତି।

ଶନିବାର ପ୍ରିୟଙ୍କା ଚୋପ୍ରା ଓ ନିକ୍‍ ଜୋନାସ ଖ୍ରୀଷ୍ଟିୟାନ୍‍ ପରମ୍ପରା ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ୨ ଡିସେମ୍ବର ଅର୍ଥାତ୍‍ ରବିବାର ପୁଣି ହିନ୍ଦୁ ରୀତି-ନୀତି ଅନୁସାରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହେବା ପୂର୍ବରୁ ମେହେନ୍ଦୀ ଉତ୍ସବର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ଦର୍ଶକ ଏହି ଫଟୋଗୁଡ଼ିକୁ ଖୁବ୍‍ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଦୁହିଁଙ୍କ ଖ୍ରୀଷ୍ଟିୟାନ ବିବାହର ଫଟୋ ଲୋକଲୋଚନକୁ ଆସିନାହିଁ।

Leave A Reply