ପାଇଲଟ୍‌ଙ୍କୁ ମନାଇବାକୁ ଅହମ୍ମଦ ପଟେଲ ଓ ବେଣୁଗୋପାଳଙ୍କୁ ଦାୟିତ୍ଵ

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସ ସରକାରରେ ସୃଷ୍ଟି ହୋଇଥିବା ବିଦ୍ରୋହ ଦିନକୁ ଦିନ ନୂଆ ମୋଡ ନେଉଛି। ବିଦ୍ରୋହୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଏବଂ ତାଙ୍କର ସାଥୀ ୧୯ ବିଧାୟକଙ୍କୁ ବାଚସ୍ପତି ନୋଟିସ ପଠାଇବା ପରେ ପାଇଲଟ୍‌ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପ୍ରସ୍ତୁତି ଚଳାଇଛନ୍ତି। ମାତ୍ର ଇତିମଧ୍ୟରେ ରାଜସ୍ଥାନ ରାଜନୀତିରେ ହଠାତ୍‌ ସକ୍ରିୟ ହୋଇପଡ଼ିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ ମାମଲାର ସମାଧାନ କରିବାକୁ ବାଟ ବାହାର କରୁଛନ୍ତି।

ପାଇଲଟ୍‌ଙ୍କୁ ମନାଇବାକୁ କଂଗ୍ରେସ ଉଦ୍ୟମ ଚଳାଇଥିବାବେଳେ ଅହମ୍ମଦ ପଟେଲ ଏବଂ କେ.ସି. ବେଣୁଗୋପାଳଙ୍କୁ ଏହାର ଦାୟିତ୍ବ ଦିଆଯାଇଛି। ଉଭୟ ନେତା ପାଇଲଟ୍‌ଙ୍କ ସହିତ ଆଲୋଚନା କରି ତାଙ୍କୁ ମନାଇବା ସହିତ ଦଳକୁ ଫେରାଇ ଆଣିବାକୁ ପ୍ରିୟଙ୍କା କହିଛନ୍ତି। ପାଇଲଟ୍‌ଙ୍କ ସମର୍ଥକ ବିଧାୟକମାନଙ୍କୁ ଫୋନ କରି ଫେରିଆସିବାକୁ କୁହାଯାଉଛି।

Comments are closed.