କଂଗ୍ରେସ କାର୍ଯ୍ୟାଳୟରେ ପ୍ରିୟଙ୍କାଙ୍କ ପ୍ରଥମ ଦିନ

0

ନୂଆଦିଲ୍ଲୀ : ପୂର୍ବ ଉତ୍ତର ପ୍ରଦେଶରେ କଂଗ୍ରେସର ନିର୍ବାଚନୀ ଦାୟିତ୍ବ ବହନ କରିବା ପରେ ପ୍ରଥମଥର ପାଇଁ ଦଳୀୟ କାର୍ଯ୍ୟାଳୟରେ କାର୍ଯ୍ୟାରମ୍ଭ କରିଛନ୍ତି ଦଳର ନବନିଯୁକ୍ତ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ଏକ ବେଆଇନ ଅର୍ଥ କାରବାର ମାମଲାରେ ଇଡିଙ୍କ ଜେରାର ସମ୍ମୁଖୀନ ହେଉଥିବା ସ୍ବାମୀ ରବର୍ଟ ଭଦ୍ରାଙ୍କୁ ବୁଧବାର ଉକ୍ତ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ଛାଡିବା ପରେ ପ୍ରିୟଙ୍କା ଗାଡ଼ି ନେଇ ସିଧା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଦଳୀୟ କର୍ମୀମାନେ ଭବ୍ୟ ସ୍ବାଗତ କରିବା ପରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ରବର୍ଟଙ୍କ ସମ୍ବନ୍ଧରେ କିଛି ପ୍ରଶ୍ନ କରିଥିଲେ। ଉତ୍ତରରେ ପ୍ରିୟଙ୍କା କହିଥିଲେ ଜନତା ସବୁକିଛି ଜାଣିଛି। ଏଥିସହ ସେ ଉତ୍ତରପ୍ରଦେଶବାସୀଙ୍କୁ ଦନ୍ୟବାଦ ଜ୍ଞାପନ କରିଥିଲେ।

Leave A Reply