ମହାମେଣ୍ଟ ଅସ୍ୱୀକାର କରିବା ପରେ ପାରିବାରିକ ମେଣ୍ଟ ପ୍ରସ୍ତୁତ କରୁଛନ୍ତି ରାହୁଲ : ବିଜେପି

0

ନୂଆଦିଲ୍ଲୀ : କଂଗ୍ରେସରେ ଔପଚାରିକ ଭାବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପ୍ରବେଶକୁ ନେଇ ବିଜେପି ପାରିବାରିକ ରାଜନୀତି କରୁଥିବା ସମାଲୋଚନା କରିଛି। ରାହୁଲ ଗାନ୍ଧୀଙ୍କର ପରାସ୍ତକୁ କଂଗ୍ରେସ ସ୍ୱୀକାର କରିଥିବା ସେ କହିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରାଙ୍କ କହିବା ଅନୁସାରେ ମହାମେଣ୍ଟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଅସ୍ୱୀକାର କରିବା ପରେ ରାହୁଲ ଗାନ୍ଧୀ ପାରିବାରିକ ମେଣ୍ଟ ପ୍ରସ୍ତୁତ କରୁଛନ୍ତି। ସେ ଆହୁରି କହିଛନ୍ତି, କଂଗ୍ରେସ ପାର୍ଟି ସବୁବେଳେ ନିଜ ପରିବାରରୁ ହିଁ ଜଣେ ନେତାଙ୍କୁ ଦାୟିତ୍ୱ ଦେଇଥାଏ। କଂଗ୍ରେସରେ କାହାକୁ ଦ୍ୱାୟିତ୍ୱ ଦିଆଯିବ ତାହା ପୂର୍ବନିର୍ଦ୍ଧାରିତ ହୋଇଥାଏ। ପୂର୍ବରୁ ମଧ୍ୟ ପଣ୍ଡିତ ଜବାହାର ଲାଲ ନେହେରୁ, ଇନ୍ଧିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଏହାର ନିଚ୍ଛକ ଉଦାହରଣ ବୋଲି ସେ କହିଥିଲେ। ଏହା ହିଁ କଂଗ୍ରେସ ଓ ବିଜେପି ମଧ୍ୟରେ ପାର୍ଥକ୍ୟ ବୋଲି ସମ୍ବିତ ପାତ୍ର କହିଥିଲେ।

Leave A Reply