ନିକ୍ ଙ୍କ ସହ ଆମେରିକାରେ କରୱାଚୌଥ ପାଳିଲେ ପ୍ରିୟଙ୍କା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ନିଜ ସ୍ୱାମୀ ନିକ୍ ଜୋନସ୍ ଙ୍କ ସହ ଆମେରିକାରେ ରହୁଛନ୍ତି । ଦେଶଠାରୁ ଦୂରରେ ଥାଇ ମଧ୍ୟ ସେ କରୱାଚୌଥ୍ ପାଳନ କରିଛନ୍ତି। ସେ ଏ ସଂପର୍କୀୟ କିଛି ଫଟୋ ସେୟାର କରିଛନ୍ତି, ତେବେ ତାଙ୍କର କରୱାଚୌଥ୍ ଫଟୋକୁ ପ୍ରଶଂସକ ବହୁତ ପସନ୍ଦ କରଛନ୍ତି। ଏହା ସହିତ ପ୍ରିୟଙ୍କା ମଧ୍ୟ କାରବାଚୌଥ ଅବସରରେ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Photo : instagram

ପ୍ରିୟଙ୍କା ତାଙ୍କର ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ନାଲି ରଙ୍ଗର ଶାଢୀ ସାଙ୍ଗକୁ ସିନ୍ଦୁର ପିନ୍ଧି ହାତରେ ପୂଜା ଥାଳି ଧରିଥିବା ନଜର ଆସିଛନ୍ତି। ଏହି ଫଟୋରେ ପ୍ରିୟଙ୍କା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏଥି ସହିତ, ଦ୍ୱିତୀୟ ଫଟୋରେ ସେ ସ୍ୱାମୀ ନିକ୍ ଙ୍କ ସହ ରୋମାଣ୍ଟିକ ଶୈଳୀରେ ଫଟୋ ଉଠାଇ ସେୟାର କରିଛନ୍ତି।

Comments are closed.