ଘରକୁ ଫେରି ପ୍ରିୟଙ୍କା ଖୁସ୍‌

ମୁମ୍ବଇ: ବିବାହ ପରେ ସ୍ବାମୀ ନିକ୍‌ ଜୋନ୍‌‌ସଙ୍କ ସହ ଆମେରିକାରେ ବସବାସ କରୁଛନ୍ତି ପ୍ରିୟଙ୍କା ଚୋପ୍ରା। ତେବେ ଭାରତ ଆସିବାର ମୋହ ତାଙ୍କର କିଛି କମ୍ ହୋଇନାହିଁ। ନିଜ ଆଗାମୀ ଚଳଚ୍ଚିତ୍ର ‘ଦ ସ୍କାଏ ଇଜ୍ ପିଙ୍କ୍‌’ର ପ୍ରଚାର ପାଇଁ ସେ ମୁମ୍ବଇ ଆସିଛନ୍ତି। ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ୍‌ରେ ଉଲ୍ଲେଖ କରିଛନ୍ତି, ଘରକୁ ଆସିବାର ମଜା ଓ ଖୁସି ବେଶ୍ ସୁନ୍ଦର। ୧୯ ଘଣ୍ଟାର ଏଇ ଯାତ୍ରାରେ ସେ ବ୍ୟତିବ୍ୟସ୍ତ ହୋଇଯାଇଥିଲେ, କେତେବେଳେ ଯାଇ ମୁମ୍ବଇରେ ବିମାନ ଅବତରଣ କରିବ? ମୁମ୍ବଇରେ ପହଞ୍ଚିବା ପରେ ଖୁବ୍ ହସିଥିଲେ ଓ ତୁରନ୍ତ ଗାଡ଼ିରେ ବସି ଘରକୁ ଫେରିଥିଲେ। ପାଖାପାଖି ୨ ସପ୍ତାହ ସେ ଭାରତରେ ରହି ଇଟାଲୀ ଏକ ବିଜ୍ଞାପନ ସୁଟିଂ ପାଇଁ ଯିବେ। ବରେଲୀ ଝିଅ ପ୍ରିୟଙ୍କାଙ୍କ ମତରେ ମୁମ୍ବଇକୁ ସେ ଖୁବ୍ ଭଲପାନ୍ତି। ଏଠାକାର ବାତାବରଣ, ପରିବେଶ, ତାଙ୍କ ଘର ଓ ସବୁଠୁ ମୁଖ୍ୟ ପ୍ରଶଂସକଙ୍କ ଭଲପାଇବା, ଏସବୁକୁ ସେ ବିଦେଶରେ ଅଧିକାଂଶ ସମୟ ଖୋଜିବସନ୍ତି। ଡିସେମ୍ବରରେ ପ୍ରିୟଙ୍କାଙ୍କ ସାନ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କର ବିବାହ ବର୍ଣ୍ଣାଢ୍ୟ ବିବାହ ଆୟୋଜିତ ହେବ ବୋଲି ଶୁଣାଯାଉଛି। ନଭେମ୍ବର ଶେଷ ସପ୍ତାହବେଳକୁ ପ୍ରିୟଙ୍କା ସ୍ବାମୀଙ୍କ ସହ ପୁଣି ମୁମ୍ବଇ ଆସିବେ ବୋଲି ତାଙ୍କ ପରିବାର ତରଫରୁ ପ୍ରକାଶ।

Comments are closed.