ଅକ୍ଟୋବରରେ ପ୍ରିୟଙ୍କାଙ୍କ ବିବାହ!

0

ମୁମ୍ବଇ : ନିର୍ଦେଶକ ଅଲ୍ଲୀ ଆବାଜ ଜାଫରଙ୍କ ‘ଭାରତ’ ଚଳଚ୍ଚିତ୍ର ପ୍ରିୟଙ୍କା ଛାଡି ଦେଇଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ନିକଙ୍କୁ ବିବାହ କରିବାପାଇଁ ପ୍ରସ୍ତୁତ ହେଉଥିବାରୁ ସେ ଏହି ଚଳଚ୍ଚିତ୍ର ଛାଡିଥିବା ସୂଚନା ମିଳିଛି। ଇତିମଧ୍ୟରେ ନିକ୍‍ ଜୋନ୍ସ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ତାରିଖ ସ୍ଥିର ହୋଇସାରିଛି। ଫଳରେ ପ୍ରିୟଙ୍କା ଚଳଚ୍ଚିତ୍ର ‘ଭାରତ’ ପାଇଁ ନେଇଥିବା ସମସ୍ତ ଅର୍ଥରାଶି ଫେରସ୍ତ କରିଛନ୍ତି। ମିଡ୍‍ ଡେ ରିପୋର୍ଟ ଅନୁସାରେ କିଛିଦିନ ମଧ୍ୟରେ ଅଭିନେତ୍ରୀ ପ୍ରିୟଙ୍କାଙ୍କ ନିର୍ବନ୍ଧ ଥିବାରୁ ସେ ‘ଭାରତ’ ଚଳଚ୍ଚିତ୍ର ଛାଡିଛନ୍ତି। ଚଳିତ ବର୍ଷ ଅକ୍ଟୋବର ମାସରେ ଅଭିନେତ୍ରୀ ପ୍ରିୟଙ୍କା ଓ ନିକ୍‍ ଜୋନ୍ସ ବିବାହ କରିବେ ବୋଲି ସୂଚନା ମିଳିଛି।

Leave A Reply