କୃଷକଙ୍କ ବିଜୁଳି ବିଲ୍‌ ଛାଡ଼ ଦାବି କଲେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ପତ୍ର ଲେଖି କୃଷକଙ୍କ ବିଦ୍ୟୁତ୍ ବିଲ୍‌ ୪ମାସ ପାଇଁ ଛାଡ କରିବାକୁ ଦାବି କରିଛନ୍ତି। ଏହା ସହିତ ଗରିବ ଓ ମଧ୍ୟବିତ୍ତମାନଙ୍କୁ ବିନା ସୁଧରେ ଘର ତିଆରି ଲାଗି ଋଣ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ପାଇଁ ଆବଶ୍ୟକ ରିଲିଫ ଯୋଗାଇ ଦେବାକୁ ପ୍ରିୟଙ୍କା କହିଛନ୍ତି। ସେହିପରି ବୁଣାକାର ଓ ଶ୍ରମିକମାନଙ୍କୁ ରିଲିଫ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।

Comments are closed.