ଖ୍ରୀଷ୍ଟିଆନ୍‍ ପରମ୍ପରାରେ ବାହାହେଲେ ପ୍ରିୟଙ୍କା-ନିକ୍‍

0

ଯୋଧପୁର : ରାଜସ୍ଥାନର ଯୋଧପୁରଠାରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ଆମେରିକୀୟ ଗାୟକ ବନ୍ଧୁ ନିକ୍‍ ଜୋନାସ ଏବେ ପତି-ପତ୍ନୀ ଭାବେ ପରିଚିତ ହୋଇଛନ୍ତି। ସ୍ଥାନୀୟ ଉମେଦ୍‍ ଭବନ ପ୍ରାସାଦରେ ଖ୍ରୀଷ୍ଟିଆନ ପରମ୍ପରାରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଛି। ନିକ୍‍ଙ୍କ ବାପା ପଲ୍‍ କେଭିନ୍‍ ଜୋନାସ ସିନିୟରଙ୍କ ସହ ତିନି ଭାଇ ଜୋଏ କେଭିନ ଓ ଫ୍ରାଙ୍କି ଉପସ୍ଥିତ ଥିଲେ। ସେହିଭଳି ପ୍ରିୟଙ୍କାଙ୍କ ଭାଇ ସିଦ୍ଧାର୍ଥ ପରିବାରବର୍ଗ ଏହି ଉତ୍ସବରେ ଉପସ୍ଥିତ ଥିଲେ। ୩୬ବର୍ଷିୟା ପ୍ରିୟଙ୍କା ପ୍ରସିଦ୍ଧ ଡିଜାଇନର ରାଲ୍‍ ଲରେନ୍‍ଙ୍କ ପ୍ରସ୍ତୁତ ବିବାହ ଗାଉନ୍‍ ପରିଧାନ କରିଥିଲାବେଳେ ୨୫ବର୍ଷୀୟ ଜୋନାସ୍‍ ସମାନ ଡିଜାଇନରଙ୍କ ପ୍ରସ୍ତୁତ ପୋଷାକ ପିନ୍ଧିଥିଲେ। ଉଭୟଙ୍କ ବନ୍ଧୁ ପରିଜନ ରାଲ୍‍ ଲରେନ୍‍ ପୋଷାକ ପିନ୍ଧିଥିଲେ। ରବିବାର ହିନ୍ଦୁ ପରମ୍ପରାରେ ଉଭୟଙ୍କ ପୁନର୍ବିବାହ ହେବ ଏବଂ ସେ ଅବୁ ଜାନି-ସନ୍ଦୀପ ଖୋସ୍‍ଲାଙ୍କ ପ୍ରସ୍ତୁତ ପୋଷାକ ପିନ୍ଧିବେ ବୋଲି ଜଣାପଡ଼ିଛି। ସ୍ୱର୍ଗତ ବାପା ଅଶୋକ ଚୋପ୍ରାଙ୍କ ଇଚ୍ଛାମତେ ପ୍ରିୟଙ୍କା ବିବାହ ଉତ୍ସବ ଭାରତରେ ଆୟୋଜନ କରିଛନ୍ତି ଓ ସମସ୍ତ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି।

Leave A Reply